Home ଓଡ଼ିଶା ପୋଲିସ ପ୍ରଶାସନର ନୀରବତା: ମୋ ସରକାର ଯୋଜନାରେ ଆସୁଛି ଫୋନ

ପୋଲିସ ପ୍ରଶାସନର ନୀରବତା: ମୋ ସରକାର ଯୋଜନାରେ ଆସୁଛି ଫୋନ

168

ନୂଆପଡା ୨୮-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ନୂଆପଡା ଜିଲ୍ଲା ରାଜାଖରିଆର ଥାନା ଅଞ୍ଚଳରେ ବ୍ୟାପକ ବେଆଇନ କାର୍ଯ୍ୟ ଚାଲିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଥାନା ଅଞ୍ଚଳରେ ଚୋରି, ରାହାଜାନି, କ୍ରମାଗତ ଭାବେ ଲାଗି ରହିଥିବା ବେଳେ ପୋଲିସ ପ୍ରଶାସନର ଦାଇତ୍ୱ ହୀନତା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହି ଥାନା ଅଞ୍ଚଳରେ ଗତ ଏକ ମାସ ମଧ୍ୟରେ ତେରଗୋଟି ଦୋକାନ ଓ ଅନେକ ଗୁଡିଏ ଘରୁ ଚୋରି ହୋଇଥିବା ବେଳେ ଥାନାରେ ଏତଲା ଦେଇ ସୁଦ୍ଧା କିଛି ସୁଫଳ ନ ମିଳିବା ଯୋଗୁଁ ପୋଲିସ ଉପରେ ସାଧାରଣ ଆସ୍ଥା ହରେଇ ସାରିଛନ୍ତି। ଏପରି କି ବର୍ତ୍ତମାନ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଯୋଗୁଁ ଥାନାରେ ଏତଲା ଦାୟର କରିବା ଦୁଇଦିନ ମଧ୍ୟରେ ଭୁବନେଶ୍ୱରରୁ ଫୋନରେ ପୋଲିସ କାର୍ଯ୍ୟନୁଷ୍ଠାନ ନେଇ ଫୋନ ଆସୁଥିବା ବେଳେ, ପୋଲିସ ପଦକ୍ଷେପ ନ ନେବା ଅଭିଯୋଗ ସତ୍ୱେ କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଏପରି ଗୁରିତର ଅଭିଯୋଗ ମାନ ଏବେ ହେଇଆସୁଛି। ହେଲେ ସାଧାରଣ ଙ୍କୁ ନ୍ୟାୟ ମିଳୁନାହିଁ। ସୂଚନାଯୋଗ୍ୟ ଯେ ଏହି ଖଡ଼ିଆଳ ଥାନା ଅନ୍ତର୍ଗତ ତୁକୁଲା ଗ୍ରାମ ର ନରେଶ ମେହେର ନାମକ ଜଣେ ବ୍ୟକ୍ତି ଙ୍କ ଦୋକାନରୁ ଗତ ୧୭ ତାରିଖରେ କିଛି ଦୁର୍ବୃତ୍ତ ସଟର ତାଲା ଭାଙ୍ଗି ସମସ୍ତ ଜିନିଷ ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏ ନେଇ ଖଡ଼ିଆଳ ଥାନା କେଶ ନଂ,୩୧୬/୧୯ ରେ ଥାନା ଏସ ଆଇ ପି,ସି ପ୍ରଧାନ ଏକ ମାମଲା ଦାୟର କରିଥିଲେ। ହେଲେ ପୋଲିସ ପ୍ରାୟ ପାଞ୍ଚ ଘଣ୍ଟା ପରେ ମାମଲା ଦାୟର କରି ନିଜ ଦାଇତ୍ୱ ସରେଇ ଦେଇଥିଲା। ଏପରି କି ତାଙ୍କ ଦୋକାନ ସାମଗ୍ରୀ ଏକ ସାଇକେଲରେ ଜଣେ ଚୋର ନେଇଯିବା ଜାଣି କିଛି ଲୋକ ଧରି ପୋଲିସ କୁ ସୂଚନା ଦେବାରୁ ଚୋରି ଜିନିଷ ସବୁ ଜବତ କରି ଥାନା ରେ ରଖି,ଉକ୍ତ ଚୋର କୁ ଖୋଲା, ଖୋଲି ଚଡ଼ିଦେଇଥିବା ନେଇ ଅସନ୍ତୋଷ ପ୍ରକାଶ ପାଉଛି।

ସେହିପରି ଦିନରାତି ନା, ନା ନିଶାରେ ରହି ଯୁବ ବର୍ଗ ବିଭିନ୍ନ ଅସାମାଜିକ କାର୍ଯ୍ୟ କଳାପ ସହ ଚୋରି,ନିଶା ବେପାର ପରି ପନ୍ଥା ଅବଲମ୍ବନ କରିବା ଦେଖାଯାଉଛି। ଏ ଦିଗରେ ବିଭାଗୀୟ ରାଜ୍ୟ ମୁଖ୍ୟ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ଦୃଢ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.