Home ଓଡ଼ିଶା ବଡ଼ବିଲ ସୁପର ଲିଗ୍ : ସରିଲା ପ୍ଲେୟାର ବିଡିଂ, ସର୍ବାଧିକ ମୂଲ୍ୟରେ ବିକ୍ରି ହେଲେ ଅମିତ...

ବଡ଼ବିଲ ସୁପର ଲିଗ୍ : ସରିଲା ପ୍ଲେୟାର ବିଡିଂ, ସର୍ବାଧିକ ମୂଲ୍ୟରେ ବିକ୍ରି ହେଲେ ଅମିତ ମହାନ୍ତି ଓ ଦିବ୍ୟ ରଞ୍ଜନ ଦାସ

160

ବଡ଼ବିଲ, ତା ୨୮ ନଭେମ୍ବର (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ଆସନ୍ତା ଡିସେମ୍ବର ୨୨ରୁ ବଡ଼ବିଲରେ ଖେଳାଯିବାକୁଥିବା ଫଟାଫଟ କ୍ରିକେଟ୍, ‘ବଡ଼ବିଲ ସୁପର ଲିଗ୍’(ବିଏସଏଲ୍) ପାଇଁ ବିଡିଂ ପ୍ରକ୍ରିୟା ଶେଷ ହୋଇଛି। ‘ମାଇନିଂ ଏରିଆ କ୍ରିକେଟ୍ ଆସୋସିଏସନ୍(ମାକା) ପକ୍ଷରୁ ପ୍ଲେୟାର ନିଲାମି ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର, ଲକି ଇଣ୍ଡିଆ ହୋଟେଲରେ ନିଲାମି ପାଇଁ ବିଶେଷ ବ୍ୟବସ୍ଥା କରାଯାଇଥିଲା। ‘ମାକା’ର ଅଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ ଫିତା କାଟି ବିଡିଂ ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ। ସଭାପତି ଲଛମନ୍ ମହାନ୍ତ, ସଂପାଦକ ଭୋଲା ସିହ୍ନା, କୋଷାଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ନେଟିଭ୍ ଭଏସର ସଂପାଦକ ରସାନନ୍ଦ ବେହେରାଙ୍କ ସମେତ ସମସ୍ତ ଫ୍ରାଞ୍ଚାଇଜ୍ ଓନର ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ। ସ୍ଥାନୀୟ ଅଞ୍ଚଳର ଶହେରୁ ଅଧିକ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୬୮ଜଣ କ୍ରିକେଟରଙ୍କୁ ନେଇ ବିଡିଂ ଆରମ୍ଭ ହୋଇଥିଲା। ଚୁକ୍ତି କରିଥିବା ୮ଟି ଫ୍ରାନ୍ଚାଇଜି ଏଥିରେ ଭାଗ ନେଇ ପ୍ଲେୟାରମାନଙ୍କ ପାଇଁ ବୋଲି ଲଗାଇଥିଲେ। ଓଓଭରସିଜ୍ କ୍ରିକେଟରଙ୍କ ମଧ୍ୟରେ ମୟୁରଭଞ୍ଜର ଅମିତ ମହାନ୍ତି ସର୍ବାଧିକ ୧୬ ହଜାର ଟଙ୍କାରେ ବିକ୍ରୟ ହୋଇଥିବା ବେଳେ, ଲୋକାଲ କ୍ରିକେଟର ଭାବରେ ଦିବ୍ୟ ରଞ୍ଜନ ଦାସ ସର୍ବାଧିକ ୮ ହଜାର ୧ଶହ ଟଙ୍କାରେ ବିକ୍ରୟ ହୋଇଥିବା ସୂଚନା ରହିଛି। ବିଡିଂରେ ଟପ୍ ଖେଳାଳୀଙ୍କ ତାଲିକା ନିମ୍ନରେ ପ୍ରଦତ୍ତ କରାଗଲା।



LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.