Home ଅପରାଧ ଯୌତୁକ ପାଇଁ ମହିଳାକୁ ନିଆଁ ଲଗାଇବା ମାମଲା : ସ୍ୱାମୀ, ଶାଶୁ କୋର୍ଟ ଚାଲାଣ

ଯୌତୁକ ପାଇଁ ମହିଳାକୁ ନିଆଁ ଲଗାଇବା ମାମଲା : ସ୍ୱାମୀ, ଶାଶୁ କୋର୍ଟ ଚାଲାଣ

98

ଯାଜପୁର, ୩୧ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ): କୋରାଇ ଥାନା ଅନ୍ତର୍ଗତ ଗୌରପୁର ପଂଚାୟତର ଜଳନ୍ଦା ଗ୍ରାମରେ ଅଧିକ ଯୌତୁକ ପାଇଁ ଜଣେ ମହିଳାଙ୍କୁ ନିର୍ଯ୍ୟାତନା ଦେବା ସହ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ନିଆଁ ଲଗାଇ ଦେବା ଭଳି ସଙ୍ଗୀନ ଅଭିଯୋଗରେ ପୁଲିସ ତାର ସ୍ୱାମୀ ଓ ଶାଶୁକୁ ଗିରଫ କରି ମାମଲା ୨୩୭/୧୯ ଦଫା ୪୯୮(ଏ), ୩୨୩, ୩୨୬, ୩୦୭, ୩୪ ଆଇପିସି, ୪ଡିପି ଆକ୍ଟରେ କୋର୍ଟ ଚାଲାଣ କରିଛି।ପ୍ରକାଶ ଯେ, ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଥାନା ଅନ୍ତର୍ଗତ ଦକ୍ଷିଣ ବାଡ ଗ୍ରାମର ବିଳାସ ଦାସଙ୍କ ଅଭିଯୋଗ ମୁତାବକ ତାଙ୍କ ଝିଅ ଲିପ୍ସିତାକୁ ଜଳନ୍ଦା ଗ୍ରାମର ସତୃଘନ ସାହୁଙ୍କ ପୁଅ ସୁରେଶ ସାହୁଙ୍କୁ ବିବାହ କରିଥିଲେ।ଗତ ୨୩ ତାରିଖ ଲିପ୍ସିତାକୁ ତାର ଶାଶୁଘର ଲୋକେ ଅଧିକ ଯୌତୁକ ପାଇଁ ନିଆଁ ଲଗାଇ ଦେଇଥିଲେ।ଫଳରେ ତାକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ସେଠାରେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛି।ଅଭିଯୋଗ ପରେ ପୁଲିସ ମାମଲା ରୁଜ୍ଜୁ କରି କରି ସ୍ୱାମୀ ସୁରେଶ(୪୦) ଓ ଶାଶୁ ଚଂଚଳା(୬୦)କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.