Home ଓଡ଼ିଶା ଅଣ୍ଡା ଖାଇ, ପିଲା ବଡ଼ ହୋଇ ନରଭକ୍ଷୀ ହୋଇ ନ’ଯାଆନ୍ତୁ: ବିଜେପି

ଅଣ୍ଡା ଖାଇ, ପିଲା ବଡ଼ ହୋଇ ନରଭକ୍ଷୀ ହୋଇ ନ’ଯାଆନ୍ତୁ: ବିଜେପି

563

ଭୁବନେଶ୍ୱର: ଓଡ଼ିଶାରେ ନବୀନ ସରକାର ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ଦେଉଛନ୍ତି।ମଧ୍ୟ ପ୍ରଦେଶରେ କମଳନାଥଙ୍କ ସରକାର ମଧ୍ୟ ସେହିପରି ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ଦେଉଛନ୍ତି।ଅଣ୍ଡା ବହୁତ ପୃଷ୍ଟିସାରକ ଖାଦ୍ୟ।ପିଲାଙ୍କ ଶାରୀରିକ ଗଠନ ବିକାଶରେ ସହାୟକ କହି ଏଠି ନବୀନ ସରକାର ହୁଅନ୍ତୁ, ଅବା ମଧ୍ୟପ୍ରଦେଶରେ କମଳନାଥ ସରକାର ଅଣ୍ଡା ଦେଉଛନ୍ତି।କିନ୍ତୁ, ବିଜେପି ନେତାଙ୍କ କହିବା କଥା, ପିଲା ଅଣ୍ଡା ଖାଇ ବଡ଼ ହେଲା ପରେ ନରଭକ୍ଷୀ ହୋଇ ନ’ଯାଆନ୍ତୁ!ମଧ୍ୟପ୍ରଦେଶରେ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦିଆଯିବାକୁ ନେଇ ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ କହିଛନ୍ତି, “ସନାତନ ସଂସ୍କୃତିରେ ମାଂସାହାର ନିଷେଧ।ଯଦି ପିଲାବେଳୁ ଆମେ ଏପରି ଶିଖାଇବା ତେବେ, ବଡ଼ ହୋଇ ସେମାନେ ନରଭକ୍ଷୀ ହୋଇନ’ଯାନ୍ତୁ।ଗୋପାଳ ଭାର୍ଗବ କହିଛନ୍ତି ରାଜ୍ୟର ‘କୁପୋଷିତ ସରକାର’ ସେମାନଙ୍କୁ ମଧ୍ୟ ଅଣ୍ଡା ଦେଉଛନ୍ତି, ଯିଏ ଅଣ୍ଡା ଖାଇବାକୁ ଚାହୁଁ ନାହାଁନ୍ତି।ଅବଶ୍ୟ ନବୀନ ସରକାର ଅଣ୍ଡା ଦେବାକୁ ନେଇ ଓଡ଼ିଶାରେ କେହି ବିଜେପି ନେତା ସେପରି କିଛି କହି ନାହାଁନ୍ତି। -ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.