Home ଓଡ଼ିଶା ଜିଲ୍ଲାପାଳଙ୍କ ୫ଟି ପ୍ରଭାବ ବଜାର ଘାଟରେ ମିଳୁଛି ପ୍ରଶ୍ନପତ୍ର

ଜିଲ୍ଲାପାଳଙ୍କ ୫ଟି ପ୍ରଭାବ ବଜାର ଘାଟରେ ମିଳୁଛି ପ୍ରଶ୍ନପତ୍ର

99

ଯାଜପୁର୩୧ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ହେବ ସାରା ରାଜ୍ୟରେ ସମାପ୍ତି ସୂଚକ ମୂଲ୍ୟାୟନ(ଅର୍ଦ୍ଧ ବାର୍ଷିକ) ପରୀକ୍ଷା। ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ପରୀକ୍ଷା କେନ୍ଦ୍ରରେ ଏକକ ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ସ୍ଥିର କରାଯାଇଥିଲା। ତଦନୁଯାୟୀ ଅକ୍ଟୋବର ୨୯ ତାରିଖ ସମସ୍ତ ବିଦ୍ୟାଳୟରେ ସମାପ୍ତି ସୂଚକ ମୂଲ୍ୟାୟନ(ଅର୍ଦ୍ଧ ବାର୍ଷିକ) ପରୀକ୍ଷା କରାଯିବାକୁ ସ୍ତିର ହୋଇଥିଲା। ମାତ୍ର ପ୍ରଶ୍ନପତ୍ର ପହଂଚି ନପାରିବାରୁ ଏହି ପରୀକ୍ଷାକୁ ନଭେମ୍ବର ୧ ତାରିଖକୁ ଘୁଂଚାଇ ଦିଆଗଲା। କିନ୍ତୁ ପରୀକ୍ଷା ହେବ କିପରି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚତୁର୍ଥ ଶ୍ରେଣୀର ଗଣିତ ଓ ୭ମ ଶ୍ରେଣୀର ହିନ୍ଦି ପ୍ରଶ୍ନପତ୍ର ଏଯାଏ କୋରାଇର କୌଣସି ବିଦ୍ୟାଳୟରେ ପହଂଚି ନଥିବା ବେଳେ ଅନ୍ୟ ଯେଉଁ ପ୍ରଶ୍ନ ପତ୍ର ଆସିଛି ତାହା ସମୁଦ୍ରକୁ ଶଙ୍ଖେ। ଏମିତିକି ସିଆରସିସି ମାନେ ରାସ୍ତାଘାଟରେ ଶିକ୍ଷକ ମାନଙ୍କୁ ପ୍ରଶ୍ନପତ୍ର ଦେଇ ଚାଲିଯାଉଛନ୍ତି। ଛାତ୍ର/ଛାତ୍ରୀ ସଂଖା ଅନୁଯାୟୀ ପ୍ରଶ୍ନପତ୍ର ନଆସିବାରୁ ସେମାନଙ୍କୁ ଜେରେକ୍ସ କରିବାକୁ କୁହାଯାଇଛି। ପୂର୍ବରୁ ପ୍ରଶ୍ନ ପତ୍ର ସଙ୍ଘ ଦ୍ୱାରା ଯୋଗାଇ ଦିଆଯାଉଥିବା ବେଳେ ପ୍ରତି ୧୦୦ ପିଲାଙ୍କ ପ୍ରତି ୭୫୦ଟଙ୍କା ନିଆଯାଉଥିଲା। କିନ୍ତୁ ଏବେ ସରକାର ପ୍ରଶ୍ନପତ୍ର ଯୋଗାଇ ନପାରୁ ଜେରେକ୍ସ ଦ୍ୱାରା ୩ଗୁଣା ଅଧିକ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଛି। ଏହି ଖର୍ଚ୍ଚ କେଉଁଠୁ ଆସିବ ବୋଲି ପ୍ରଶ୍ନ ଉଠିଛି। ଜେରେକ୍ସ ବେଳେ ପ୍ରଶ୍ନପତ୍ର ଲିକ ହୋଇଛି। ଯାହା ଏବେ ସବୁଆଡେ ମିଳୁଛି। ପିଲାଙ୍କ ଭବିଷ୍ୟତକୁ ନେଇ ଖେଳଖେଳୁଥିବା ସରକାରଙ୍କ ଏଭଳି ଅଦଭୂତ୍ ନିଷ୍ପତି ପାଇଁ କିଏ ଦାୟୀ ରହିବ ତାହା ମୁଖ୍ୟ ପ୍ରଶ୍ନବାଚୀ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.