ଅଯୋଧ୍ୟା,୩୧/୧୦,(ଓଡ଼ିଆ ପୁଅ ପି ନାୟକ): ଶେଷରେ ଅଯୋଧ୍ୟାରେ ବ୍ୟାନ ହୋଇଛି ପଲିଥିନ୍ ବ୍ୟବହାର । ଏହାର ବ୍ୟବହାର ଉପରେ ପ୍ରଶାସନ ପ୍ରତିବନ୍ଧକ ଲଗାଇଛନ୍ତି । ଦୀପାବଳୀ ଦିନ ରାମଲୀଳା ଦେଖିବାକୁ ଯାଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେଠାରେ ଅତିମାତ୍ରାରେ ପଲିଥିନ ବ୍ୟବହାର କରାଯାଉଥିବା ଦେଖିବାକୁ ପାଇଥିଲେ । ପରେ ଅତି ଉତକ୍ଷିପ୍ତ ହୋଇ କହିଥିଲେ ଯେ, ଯଦି ସାରା ଦେଶରେ ପଲିଥିନ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି , ତାହେଲେ ଏଠି କ’ଣ ପାଇଁ ନୁହେଁ ? ପରେ ଏବେ ସେଠାରେ ପଲିଥିନ ବ୍ୟବହାର ଉପରେ ରୋକ ଲଗାଇଛି ପ୍ରଶାସନ ।