Home ଓଡ଼ିଶା ଖାଦ୍ୟରୁ ଝିଟିପିଟି ବାହାରିବା ଘଟଣାରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

ଖାଦ୍ୟରୁ ଝିଟିପିଟି ବାହାରିବା ଘଟଣାରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

166

ଭଦ୍ରକ, ୩୦/୧୦, (ଓଡ଼ିଆ ପୁଅ ପି ନାୟକ): ମଧ୍ୟାହ୍ନ ଭୋଜନରେ ଝିଟିପିଟି ବାହାରିବା ପରେ ଏବେ ଚାକିରୀରୁ ନିଲମ୍ବିତ ହୋଇଛନ୍ତି କେଦାରପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜନ୍ମେଜୟ ପଣ୍ଡା। ତାଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି ଭଦ୍ରକ ବ୍ଲକ ଶିକ୍ଷାଧିକାରୀ। ସୂଚନା ଅନୁସାରେ, କେଦାରପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଗତକାଲି ସ୍କୁଲରେ ରୋଷେଇ ହୋଇଥିବା ମଧ୍ୟାହ୍ନ ଭୋଜନ ଖାଇଥିଲେ। ମାତ୍ର କିଛି ସମୟ ମଧ୍ୟରେ ପିଲାମାନେ ଅସୁସ୍ଥ ଅନୁଭବ କରିଥିଲେ। ପରେ ଏହାକୁ ନେଇ ଅଭିଭାବକ ସ୍କୁଲରେ ପ୍ରଧାନଶିକ୍ଷକଙ୍କୁ ଅଭିଯୋଗ କରିବା ପରେ ଖାଦ୍ୟରେ ଝିଟିପିଟି ପଡିଥିବା ଜଣାପଡିଥିଲା। ପରେ ଏହି ଖାଦ୍ୟ ଖାଇ ଅସୁସ୍ଥ ହୋଇପଡିଥିବା ୩୫ ଜଣ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.