Home ଅପରାଧ ଦେହବ୍ୟବସାୟରେ ଲିପ୍ତଥିବା ୪ଜଣଙ୍କୁ ଧରିଲେ ଗ୍ରାମବାସୀ

ଦେହବ୍ୟବସାୟରେ ଲିପ୍ତଥିବା ୪ଜଣଙ୍କୁ ଧରିଲେ ଗ୍ରାମବାସୀ

290

ବଲାଙ୍ଗିର୩୦ା୧୦(ଓଡିଆ ପୁଅ/ବି.ଏନ.ପତ୍ରୀ) ସହରାଞ୍ଚଳରେ ଦେହ ବ୍ୟବସାୟୀ ମାନେ ସହର ମାନଙ୍କରେ ସେମାନଙ୍କ ଅନୈତିକ ବେପାର ଉପରେ ପୁଲିସର କଢା ନଜରୁ ବଞ୍ଚିବା ସହ ସେମାନଙ୍କ କାମନା ବାସନାକୁ ସାକାର କରିବାକୁ ଏବେ ଗ୍ରାମାଞ୍ଚଳରେ ଅନୈତିକ ବ୍ୟବସାୟ ଆରମ୍ଭ କରିଥିବା ନଜରକୁ ଆସିଛି। ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲାଳା ଥାନା ଅନ୍ତର୍ଗତ ବୁରୋଭାଡି ଗାଁରେ ଗତକାଲି ରାତିରେ ଏଭଳି ଘଟଣା ଘଟିଛି। ଦେହ ବ୍ୟବସାୟ ଚାଲୁଥିବା ସନ୍ଦେହରେ ଏକ ଘର ଉପରେ ଗ୍ରାମବାସୀମାନେ ଅତର୍କିତ ଚଢ଼ାଉ କରି ୩ଜଣ ଯୁବକଙ୍କ ସହ ଜଣେ ଯୁବତୀଙ୍କୁ ଇଲେକ୍ଟ୍ରିକ୍ ଖୁଣ୍ଟରେ ବାନ୍ଧି ନିର୍ଧୂମ୍ ମାଡ଼ ମାରିଛନ୍ତି। ୩ଜଣ ଯୁବକଙ୍କ ଘର ସୋନପୁର ଜିଲ୍ଲାରେ ହୋଇଥିବା ବେଳେ ଯୁବତୀଙ୍କ ଘର ସମ୍ବଲପୁରରେ ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ସେମାନଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.