ନୂଆଦିଲ୍ଲୀ,୨୪/୧୦,(ଓଡ଼ିଆ ପୁଅ ପି ନାଏକ): ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନର ଫଳ ଆଜି ପ୍ରକାଶ ପାଉଛି । ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ଆଗୁଆ ଥିବା ସୂଚନା ମିଳିଛି । ସୂଚନାନୁସାରେ, ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ୧୦୮ ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ଏହାର ସହଯୋଗୀ ଦଳମାନେ ୪୦ଟି ବିଧାନସଭା ଆସନରେ ଆଗୁଆ ଅଛନ୍ତି। ଅପରପକ୍ଷରେ ହରିୟାଣାରେ ବିଜେପି ୩୪ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୨୫ଟି ବିଧାନସଭା ଆସନରେ ଆଗୁଆ ରହିଛି। ଉଭୟ ରାଜ୍ୟରେ ମତଗଣନା ସ୍ଥଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି ।