ପାଟଣା ୨୨-୧୦ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଭାଲୁଘର ଗ୍ରାମ ନିକଟରୁ ଗତକାଲି ବିଳମ୍ବିତ ରାତିରେ ପାଟଣା ବନ ବିଭାଗ ଲକ୍ଷାଧିକ ଟଙ୍କାର ଚୋରା ଶାଳ ଚୌକାଠ ବୋଝେଇ ପିକ୍ ଅପ ଭ୍ୟାନ କୁ ଜବତ କରିଛି।ତୁରୁମୁଙ୍ଗା ପଟୁ ଶାଳ ଚୌକାଠ ନେଇଯାଉଥିବା ଗାଡିଟିକୁ କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇ ଖିରେଇଟାଙ୍ଗିରି ଠାରେ ଛକି ଥିଲେ ବନ ବିଭାଗ କୁ ଦେଖି ଗାଡିଟି ଗାଁ ରାସ୍ତା ଦେଉ ପଳାଇ ଯାଉଥିବା ସମୟରେ ବନ ବିଭାଗ ଗାଡିର ପିଛା କରିବାରୁ ଭାଲୁଘର ଗାଁ ନିକଟରେ ଗାଡି କୁ ଛାଡି ଘଟଣା ସ୍ଥଳରୁ ଜଙ୍ଗଲ ଭିତରକୁ ଡ୍ରାଇଭର ଓ ହେଲପର ଫେରାର ହୋଇ ଯାଇଥିଲେ। ଗାଡିରୁ ୧୦୦ ଖଣ୍ଡ ଶାଳ ଚୌକାଠ ଜବତ ହୋଇଛି। ଜବତ କାଠର ଆନୁମାନିକ ମୂଲ୍ୟ ଏକ ଲକ୍ଷଟଙ୍କା ହେବ ବୋଲି ପାଟଣା ରେଞ୍ଜର ପବିତ୍ର ନାଏକ ସୂଚନା ଦେଇଛନ୍ତି।ଏହି ଚଢ଼ାଉ ରେ ଖିରେଇଟାଙ୍ଗିରି ବନପାଳ ଅମୂଲ୍ୟ ସେନାପତି. ଅକ୍ଷୟ ମହାନ୍ତି ଓ ପାରଷ୍ଟାଫ ସାମିଲ ଥିଲେ।









