Home ଓଡ଼ିଶା ଭାଇକୁ ନିଜ ଭଉଣୀ ସହ ହେଲା ପ୍ରେମ – ବାହା ହୋଇ, ଖସି ପଳଉଥିବା ବେଳେ...

ଭାଇକୁ ନିଜ ଭଉଣୀ ସହ ହେଲା ପ୍ରେମ – ବାହା ହୋଇ, ଖସି ପଳଉଥିବା ବେଳେ ଧରିଲା ପୋଲିସ୍

3370

ନୂଆ ଦିଲ୍ଲୀ ୨୨-୧୦ (ଓଡ଼ିଆ ପୁଅ) ଭାଇ ଭଉଣୀ ମଧ୍ୟରେ ସମ୍ପର୍କ ହେଉଛି ପବିତ୍ର ସମ୍ପର୍କ। କିନ୍ତୁ କେବେ ଶୁଣିଛନ୍ତି କି ଭାଇ-ଭଉଣୀ ମଧ୍ୟରେ ବିବାହ ! ଅବଶ୍ୟ ଶୁଣିଥିବେ କେତେକ ସ୍ଥାନରେ ମାମୁଁ ଝିଅ ଭଉଣୀ ସହ ବିବାହ ହେବା କଥା। ଅବଶ୍ୟ ଏହି ପ୍ରଥା ଦକ୍ଷୀଣ ଓଡ଼ିଶାରେ ଏବଂ ଦକ୍ଷୀଣ ଭାରତରେ ଦେଖିବାକୁ ମିଳିଥାଏ। କିନ୍ତୁ ନିଜ ଭାଇ-ଭଉଣୀ ମଧ୍ୟରେ ପ୍ରେମ ଏବଂ ପରେ ବିବାହ ବୋଧହୁଏ ଶୁଣି ନଥିବେ। ଏହି କଥା ଏବେ ଲୋକେ ଉତ୍ତର ଭାରତରେ ହଜମ କରିପାରୁନାହାଁନ୍ତି। ସମାଜରୁ ବିଭିନ୍ନ କଥା ଶୁଣିବାରୁ ବଞ୍ଚିତ ହେବାକୁ ଯାଇ ପଳାୟନ କରୁଥିବା ବେଳେ ଭାଇ ଭଉଣୀଙ୍କୁ ଷ୍ଟେସନରୁ ପୋଲିସ୍ ଧରିବା ଘଟଣା ନିଆଁ ପରି ପ୍ରସାରିତ ହେବାରେ ଲାଗିଛି। ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖୀରୀ ଜିଲ୍ଲାର ମୋହମ୍ମଦୀ ଗ୍ରାମରେ। ଭାଇ-ଭଉଣୀମଧ୍ୟରେ ଥିବା ପବିତ୍ର ସମ୍ପର୍କକୁ ଅନ୍ୟ ବାଟରେ ନେଇ ଯାଇଛନ୍ତି ଏମାନେ। ଦୁଇଜଣଙ୍କ ମଧ୍ୟରେ ପ୍ରେମ ହେବାପରେ ମନ୍ଦିରରେ ବିବାହ କରିଥିଲେ। ବିବାହ ପରେ ଦୁହେଁ ଘରକୁ କିମ୍ବା ସମ୍ପର୍କୀୟଙ୍କ ପାଖକୁ ଯିବା ସମ୍ଭବ ନଥିଲା। ଦୁହେଁ ଘର ଛାଡ଼ିକରି ପଳାୟନ କରିବାକୁ ଭାବିଲେ ଏବଂ ଦିଲ୍ଲୀ ପାଇଁ ଟ୍ରେନ ଧରିବା ସମୟରେ ରେଳବାଇ ପୋଲିସ ତାଙ୍କୁ ରୋକିଥିଲା। ଭାଇର ନିଜ ଭଉଣୀ ସହିତ ବିବାହର ଚର୍ଚ୍ଚା ପ୍ରସାରିତ ହୋଇସାରିଥିଲା। ଦୁହେଁ ଦିଲ୍ଲୀ ଯିବା ପାଇଁ ଶାହଜହାଂପୁର ରେଳବାଇ ଷ୍ଟେସନରେ ପହଁଞ୍ଚିଲେ। ସେଠାରେ ଜିଆରପି ପୁଲିସ ଆଇଡି ମାଗିବାରୁ ଦୁହେଁ ଜରିଯାଇଥିଲେ। ପରେ ସନ୍ଦେହରେ ଜିଆରପି ପୁଲିସ ସେମାନଙ୍କୁ ରୋକି ମୋହମ୍ମଦୀ ପୁଲିସକୁ ଜିମା ଦେଇଥିଲା। ପିତା ପୁଲିସରେ ଅଭିଯୋଗପତ୍ର ଦାଖଲ କରି କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଆବେଦନ କରିଛନ୍ତି। ଏହି ମାମଲା ଏଠାରେ ବେଶ୍ ଚର୍ଚ୍ଚାର ବିଷୟ ବନିଛି। ଏହି ଘଟଣା ପରେ ପରିବାର ଏବଂ ସମ୍ପର୍କୀୟମାନେ ଲୋକ ଲଜ୍ଜା ଭୟରେ ସମାଜଠାରୁ ବ୍ୟବଧାନ ରଖୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.