ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନ ପାଇଁ ବିଜେପି ସଂକଳ୍ପ ପତ୍ର ଜାରୀ ହୋଇଛି।ସଂକଳ୍ପ ପତ୍ରରେ ବିନାୟକ ଦାମୋଦର ସାବରକରଙ୍କ ସମେତ ମହାତ୍ମା ଫୁଲେ ଏବଂ ସାବିତ୍ରୀବାଈ ଫୁଲେଙ୍କୁ ଭାରତ ରତ୍ନ ପ୍ରଦାନ ଦାବି ସ୍ଥାନ ପାଇଛି।ଏହା ସହ ମହାରାଷ୍ଟ୍ରକୁ ମରୁଡ଼ି ମୁକ୍ତ ରାଜ୍ୟ କରିବା ଏବଂ ଏକ କୋଟି ନିଯୁକ୍ତି ପ୍ରଦାନ ଆଦି ସଂକଳ୍ପ ପତ୍ରରେ ସ୍ଥାନ ପାଇଛି।ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡା, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ, ମହାରାଷ୍ଟ୍ର ପ୍ରଭାରୀ ତଥା ରାଷ୍ଟ୍ରୀୟ ମହାସଚିବ ସରୋଜା ପାଣ୍ଡେ ପ୍ରମୁଖ ସଂକଳ୍ପ ପତ୍ର ଉନ୍ମୋଚନ ସମୟରେ ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ ସ୍ୱତନ୍ତ୍ରବୀର ସାବରକରଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଏବଂ ଶିବସେନା ପରି ହିନ୍ଦୁ ସଙ୍ଗଠନ ଗୁଡ଼ିକ ଦାବି କରି ଆସୁଛନ୍ତି।//ଦେବଦତ୍ତ ରଥ