ମାଲକାନଗିରି,୪ା୧୦ (ଓଡିଆ ପୁଅ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ଅଚଂଳର ଏକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠପଢାଇ ମଧ୍ୟାହ୍ନ୍ ଭୋଜନର ମାନପରଖି ଛନ୍ତି ମାଲକାନଗିରି ଜିଲ୍ଲାପାଳ । ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଛତିଶଗଡ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମିଥିଲି ବ୍ଲକସ୍ଥ ସାଲିମ ଅଚଂଳକୁ ଗସ୍ତରେ ଯାଇଥିଲେ । ସେହି ଗ୍ରାମରେ ଥିବା ୟୁଜିଏମଇ ବିଦ୍ୟାଳୟର ସ୍ଥିତି ପରଖିବା ପାଇଁ ହଟାତ ଜିଲ୍ଲାପାଳ ଶ୍ରେଣୀ କୋଠରୀ ଭିତରକୁ ପ୍ରବେଶ କରି ଦେଖିଥିଲେ ଜଣେ ଶିକ୍ଷକ ଛାତ୍ର ଛାତ୍ରୀ ମାନଙ୍କୁ ଗଣିତ ବିଷୟରେ ପାଠ ପଢାଉଛନ୍ତି । ଜିଲ୍ଲାପାଳ ଶିକ୍ଷକ ଙ୍କ ଠାରୁ ଚକ୍ଖଡି ଓ ଡଷ୍ଟର ମାଗି ନିଜେ ବ୍ଲାକବୋର୍ଡରେ ଜଣେ ଅଭିଜ୍ଞ ଶିକ୍ଷକଙ୍କ ପରି ନିର୍ଭୁଲ ଭାବେ ଛାତ୍ର ଛାତ୍ରୀ ମାନଙ୍କୁ ଗଣିତ ପଢାଇବାସହିତ ସେମାନଙ୍କୁ ଗଣିତ ବିଷୟରେ ବିଭିନ୍ନ ପ୍ରଶ୍ନପଚାରି ଛାତ୍ର ଛାତ୍ରୀ ମାନଙ୍କ ଜ୍ଞାନର ଦକ୍ଷତା ପରୀକ୍ଷା କରିଥିଲେ । ଜିଲ୍ଲାପାଳଙ୍କ ପାଠପଢାଇବା ଦେଖି ଉକ୍ତ ବିଦ୍ୟାଳୟରେ ଅନ୍ୟଜଣେ କିଏ ନୁଆଶିକ୍ଷକ ନିଯୁକ୍ତି ପାଇଲେକି ବୋଲି ଗ୍ରାମବାସୀ ମାନେ ଦ୍ୱନ୍ଦରେ ପଡିଯାଇଥିଲେ । ନୁଆ ଶିକ୍ଷକ ନୁହନ୍ତି ଖୋଦ ଜିଲ୍ଲାପାଳ ପିଲାମାନଙ୍କୁ ପାଠପଢାଉଛନ୍ତି ଜାଣିବା ପରେ ଗ୍ରାମବାସୀ ମାନେ ବହୁତ ଖୁସିହୋଇ ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଦୋନା ଜଣାଇଥିଲେ ।ଜିଲ୍ଲାପାଳ ଗୋଟିଏ ପିରିଅଡ ପାଠପଢାଇ ସାରି ମଧ୍ୟାହ୍ନ ଭୋଜନ ଖାଦ୍ୟର ମାନପରଖି ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଜିଲ୍ଲାପାଳଙ୍କ ପ୍ରଶ୍ନର ପଟାପଟ ସଠିକ ଉତର ଦେବା ଓ ସେମାନଙ୍କ ପାଠପଢା ପ୍ରତି ଆଗ୍ରହ ଦେଖି ଜିଲ୍ଲାପାଳ ବହୁତ ଖୁସିହୋଇ ହୋଇ ସେମାନେ କପିରି ଉଚ୍ଚଶିକ୍ଷା ଲାଭ କରିବେ ସେଥିପ୍ରତି ଗୁରତ୍ୱ ଦେବେ ବୋଲି କହିଥିଲେ । ପରେ ଆଦିବାସୀ ଅଧ୍ୟୁଷିତ ଧଉଡାଗୁଡା ଗ୍ରାମରେ ଥିବା ଆଦର୍ଶ ଅଙ୍ଗନଓ୍ୟାର୍ଡି କେନ୍ଦ୍ର ପରିଦର୍ଶନ କରି ଛତୁଆ ଓ ଅନ୍ୟାନ ଅଙ୍ଗନଓ୍ୟାର୍ଡି ଖାଦ୍ୟତନଖି କରି ଗ୍ରାମବାସୀ ମାନଙ୍କ ସହିତ ଗ୍ରାମର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଙ୍କ ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ରମେଶଚନ୍ଦ୍ର ସେଠୀ,ମାଥିଲି ବିଡିଓ ଓ ଅନ୍ୟାନ ଅଧିକାରୀ ମାନେ ଉପସ୍ଥିତ ଥିଲେ ।