ରାଉରକେଲା ୨୭-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ଜଳ ସଂରକ୍ଷଣ ମାସ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉତ୍ସାହପ୍ରଦ ଯୋଗଦାନ ପରିଲକ୍ଷିତ ହୋଇଛି। ଉଲ୍ଲେଖନୀୟ ଯେ, ଜାତୀୟ ଜଳ ଶକ୍ତି ଅଭିଯାନର ଅଂଶ ସ୍ୱରୂପ ସେଲ ଏହାର ସମସ୍ତ କାରଖାନା ଓ ୟୁନିଟରେ ୨୦୧୯ ଅଗଷ୍ଟ ମାସରେ ଜଳ ସଂରକ୍ଷଣ ମାସ ରୂପେ ପାଳନ କରୁଛି।
ଏହି କ୍ରମରେ ଇସ୍ପାତ ବିଦ୍ୟା ମନ୍ଦିର ସେକ୍ଟର ୧୯ରେ ଅଗଷ୍ଟ ୨୧ ତାରିଖରେ ଆୟୋଜିତ ଏକ ଲିଖିତ କୁଇଜ ପ୍ରତିଯୋଗିତାରେ ୨୦୦ରୁ ଉର୍ଦ୍ଧ୍ଵ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ। ସେହିଭଳି ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେକ୍ଟର ୨୦ରେ ଅନୁଷ୍ଠିତ କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରାୟ ୩୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେକ୍ଟର ୨୨ରେ ଆୟୋଜିତ ପ୍ରତିଯୋଗିତାରେ ପ୍ରାୟ ୭୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଆରଏସପି ଶିକ୍ଷା ବିଭାଗ ଏହି ସମସ୍ତ କାର୍ୟ୍ୟକ୍ରମ ପରିଚାଳନା କରିଥିଲା।






