Home ଓଡ଼ିଶା ଗ୍ରୁପ ଡ଼ି ପଦବୀ ପୂରଣ ପାଇଁ ଦାବି କଲା ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘ

ଗ୍ରୁପ ଡ଼ି ପଦବୀ ପୂରଣ ପାଇଁ ଦାବି କଲା ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘ

153

ରାଉରକେଲା ୨୭-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ରାଉରକେଲା ସରକାରୀ ହସ୍ପିଟାଲ ରାଉରକେଲାର ଲାଇପ ଲାଇନ କହିଲେ ଅତ୍ୟୁକ୍ତି ହେବନି। ମାତ୍ର ଦିନକୁ ଦିନ ଆରଜିଏଚରେ ଅବ୍ୟବସ୍ଥା ଦେଖିବାକୁ ମିଳୁଥିବା ଅଭିଯୋଗ ହେଉଛି। ଆରଜିଏଚରେ ପୂର୍ବରୁ ୫୦ ଶଯ୍ୟା ଥିବା ବେଳେ, ତାହା ଏବେ ୧୨୮ ଶଯ୍ୟା ବିଶିଷ୍ଟ ହୋଇଛି। ବର୍ତମାନ ୩୫୦ ଶଯ୍ୟାରେ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଆରଜିଏଚରେ ଗ୍ରୁପଡ଼ି କର୍ମଚାରୀ ସଂଖ୍ୟା କମ ଥିବାରୁ ଅର୍ନ୍ତ ଓ ବର୍ହି ବିଭାଗରେ ପରିମଳ ବ୍ୟବସ୍ଥା ଏକ ପ୍ରକାର ଠପ ହୋଇ ଯାଇଛି ବୋଲି ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘ ରାଉରକେଲା ଜୋନ ପକ୍ଷରୁ ଅଭିଯୋଗ ହୋଇଛି।

ପୂର୍ବରୁ ୨୭ ଜଣ ଗ୍ରୁପ ଡ଼ି କର୍ମଚାରୀ କାର୍ୟ୍ୟ କରୁଥିବା ବେଳେ, ବର୍ତମାନ ଏହି ସଂଖ୍ୟା ୧୦ ହେବା ସହ ୧୭ ପଦବୀ ଖାଲି ରହିଛି ବୋଲି ଆଜି ଆରଜିଏଚ ପରିସରର ଆଇଏମ ହଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମେଡ଼ିକାଲ କର୍ମଚାରୀ ସଂଘ ଅଭିଯୋଗ ଆଣିଛି। ସଂଘ ପକ୍ଷରୁ କୁହାଯାଇଛିଯେ, ଅର୍ନ୍ତବିଭାଗରେ ୧୦ଟି ଓ ବର୍ହିବିଭାଗରେ ୧୮ଟି ବିଭାଗ ରହିଛି। ଅର୍ନ୍ତବିଭାଗ ପାଇଁ ୩୫ ଜଣ, ବର୍ହିବିଭାଗ ପାଇଁ ୩୨ ଜଣ ଓ ୪୦ ଜଣ ଝାଡ଼ୁଦାର (ମୋଟ ୧୨୮) ଜଣ ପଦବୀ ଯଥାଶୀଘ୍ର ପୁରଣ କରିବା ପାଇଁ ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘ ଦାବି କରିଛି। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପଦେଷ୍ଟା ଆନନ୍ଦ ମହାନ୍ତି, ସମ୍ପାଦକ ପ୍ରମୋଦ ଦାସ, କୋଷାଧ୍ୟକ୍ଷ ବାବୁଲି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.