Home ଓଡ଼ିଶା ଚାର୍ଟାର୍ଡ ପ୍ଲେନ୍ କ୍ରାସ୍

ଚାର୍ଟାର୍ଡ ପ୍ଲେନ୍ କ୍ରାସ୍

456

ନୂଆ ଦିଲ୍ଲୀ ୨୭-୮ (ଓଡ଼ିଆ ପୁଅ) ଆଲିଗଡ଼ରେ ମଙ୍ଗଳବାରଦିନ ସକାଳେ ଦିଲ୍ଲୀରୁ ଆଲିଗଡ଼ ଆସୁଥିବା ଚାର୍ଟର୍ଡ ବିମାନ କ୍ରାସ୍ ହୋଇଯାଇଛି। ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହେବାର କାରଣ ୧୧ ହଜାର ଭୋଲ୍ଟର ବିଜୁଳୀ ତାରରେ ଟକରାଇ ଏହି ଦୁର୍ଘଟଣା ହୋଇଛି। କୁହାଯାଉଛିଯେ, ବିମାନରେ ୬ ଲୋକ ଯାତ୍ରା କରୁଥିଲେ। ସମସ୍ତେ ସୁରକ୍ଷିତ ଅଛନ୍ତି। ସମସ୍ତ ଚିକିତ୍ସା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୌଣସି ଜୀବନ ହାନୀ ହୋଇନାହିଁ। ଦୁର୍ଘଟଣା ବିମାନ ଲ୍ୟାଣ୍ଡି କରିବା ସମୟରେ ହୋଇଛି।

ଘଟଣା ଗାନ୍ଧୀ ପାର୍କ ନାମକ ସ୍ଥାନରେ ହୋଇଛି। ସୂଚନା ମୁତାବକ ଧନୀପୁର ବିମାନ ବନ୍ଦର ରେ ଏୟାର ଚାର୍ଟର୍ଡ ପ୍ଲେନ ଲ୍ୟାଣ୍ଡ କରିବା ସମୟରେ ୧୧ ହଜାର ଭୋଲ୍ଟ ବିଜୁଳୀ ତାରରେ ମାଡ ହୋଇଥିଲା ଯାହା ଫଳରେ ବିମାନ କ୍ରାସ୍ ହୋଇଯାଇଛି ଏବଂ ବିମାନରେ ନିଆଁ ଲାଗି ଯାଇଛି। ବର୍ତ୍ତମାନ ସେଠାରେ ଦମକଳକର୍ମୀ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି। କୁହାଯାଉଛିଯେ, ପ୍ରାଇଭେଟ୍ ଆଭିଏସନ କମ୍ପାନୀର ପ୍ରଶିକ୍ଷୁ ବିମାନ ମରାମତି କରିବା ପାଇଁ ଇଞ୍ଜିନିୟରମାନେ ଦିଲ୍ଲୀରୁ ପ୍ଲେନରେ ଯାତ୍ରା କରି ଆଲିଗଡ଼ ଆସିଥିଲେ।

https://twitter.com/SachinKrIndia/status/1166209615136092161

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.