ନୂଆଦିଲ୍ଲୀ,୨୨/୦୮,(ଓଡ଼ିଆ ପୁଅ/ପି ନାୟକ):
ଆଜିଠୁ ଆରମ୍ଭ ହେଉଛି ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ । ଟି-୨୦, ଦିନିକିଆ ସିରିଜ ବିଜୟ ପରେ ଏବେ ଟେଷ୍ଟ ସିରିଜ୍ ବି ହାତେଇବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଆଣ୍ଟିଗାର ନର୍ଥ ସାଉଣ୍ଡ ପଡିଆରେ ମ୍ୟାଚ୍ ଖେଳାଯିବ । ଭାରତ ଓ ୱେଷ୍ଟଇଣ୍ଡିଜ୍ ପରସ୍ପର ମଧ୍ୟରେ ୯୬ଟି ଟେଷ୍ଟ ଖେଳିଛନ୍ତି । ଏଥିରେ ୱେଷ୍ଟଇଣ୍ଡିଜ୍ ୩୦ଟି ଜିତିଥିବା ବେଳେ ଭାରତ ଜିତିଛି ମାତ୍ର ୨୦ଟି ଟେଷ୍ଟ ।
ତେବେ ୪୬ଟି ଟେଷ୍ଟର କୌଣସି ଫଳାଫଳ ବାହାରି ପାରିନାହିଁ । ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ନଥିବାରୁ ଆଜିଙ୍କ୍ୟ ରାହାଣେ ୫ ନମ୍ବରରେ ଖେଳିପାରନ୍ତି । ହନୁମା ବିହାରୀ ଓ ରବିନ୍ଦ୍ର ଜାଡେଜାଙ୍କ ମଧ୍ୟରୁ ଜଣଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିିଳିପାରେ । ଅଧିନାୟକ କୋହଲି ୫ ଜଣ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇ ପାରନ୍ତି ।