Home ଆନ୍ତର୍ଜାତୀୟ ବିଶ୍ବ ବନ୍ଧୁତ୍ବ ଦିବସ

ବିଶ୍ବ ବନ୍ଧୁତ୍ବ ଦିବସ

254

ଭୁବନେଶ୍ଵର,୦୪/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): କୃଷ୍ଣ-ସୁଦାମା, ରାମ- ସୁଗ୍ରୀବ, କୃଷ୍ଣ-ଅର୍ଜୁନ ଏମାନେ କେବଳ ପୌରାଣିକ ଚରିତ୍ର ନୁହନ୍ତି। ଏମାନଙ୍କ ଭିତରେ ରହିଥିଲା ନିବିଡ଼ ବନ୍ଧୁତ୍ୱ। ବନ୍ଧୁ ବା ସାଙ୍ଗ କେବଳ ଏକ ଶବ୍ଦ ନୁହେଁ, ଏହା ଏକ ସୁନ୍ଦର ଅନୁଭବ। ପ୍ରେମ, ବିଶ୍ୱାସ, ଆବେଗରେ ପରସ୍ପରର ସୁଖଦୁଃଖକୁ ବାଣ୍ଟୁଥିବା ମଣିଷଟି ବନ୍ଧୁ ପଦବାଚ୍ୟ। ପ୍ରତିକୂଳ ପରିସ୍ଥିତିରେ ଯେ ଛାଇପରି ଛିଡ଼ା ହୋଇ ରହେ ସେ ବନ୍ଧୁ।

ଆଜିର ଦୁନିଆରେ ପ୍ରକ୍ରୁତ ବନ୍ଧୁ ମିଳିବା ବହୁତ କଷ୍ଟ। ଆଉ ଯାହାକୁ ମିଳିଛି ସେ ଭାଗ୍ୟବାନ। ବନ୍ଧୁ ଆମେ ତାଙ୍କୁ କହିବା ଯାହାକୁ କିଛି ନ କହିବା ମାତ୍ରକେ ମୁହଁ ଦେଖି ଜାଣିପାରୁଥିବ ଆପଙ୍କର ସମସ୍ୟା। ଜୀବନର ଏହି ସମ୍ବେଦନଶୀଳ ସଂପର୍କକୁ ବଜାୟ ରଖିବା ପାଇଁ ପାଳନ ହୁଏ ବନ୍ଧୁତ୍ୱ ଦିବସ ବା ଫ୍ରେଣ୍ଡସିପ ଡେ।

ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ। ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବିଶ୍ୱ ବନ୍ଧୁତ୍ୱ ଦିବସ ଭାବେ ପାଳିତ ହେଉଛି। ଫ୍ରେଣ୍ଡସିପ ଡେର ଆରମ୍ଭ ୧୯୩୫ ମସିହାରେ ଆମେରିକାରେ ହୋଇଥିଲା ଅଗଷ୍ଟର ପ୍ରଥମ ରବିବାରରେ ଆମେରିକା ସରକାର ଜଣେ ବ୍ୟକ୍ତିଙ୍କୁ ମାରି ଦେଇଥିଲେ। ତାଙ୍କୁ ଝୁରି ଝୁରି ଜଣେ ବନ୍ଧୁ ଆତ୍ମହତ୍ୟା କରିଥିଲେ। ସେହି ଦିନ ଠାରୁ ଅଗଷ୍ଟର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡେ ଭାବରେ ପାଳନ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.