ନୂଆଦିଲ୍ଲୀ, ୨୭/୭, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ଗାଜିଆବାଦସ୍ଥିତ ହିନ୍ଦୋନ୍ଏୟାର୍ବେସ୍ରେ ପହଞ୍ଚିବ ପ୍ରଥମ ବ୍ୟାଚ୍ବୋଇଙ୍ଗ୍ଏଏଚ୍୬୪ଇ ଆପାଚି ଗାର୍ଡିଆନ୍ଆଟାକ୍ହେଲିକପ୍ଟର। ଏହି ହେଲିକପ୍ଟର୍ଗୁଡ଼ିକ ଏକ ଆଣ୍ଟୋନୋଭ୍ଏଏନ୍୨୨୪ ପରିବହନ ବିମାନରେ ଆସି ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବ ବୋଲି ସୂଚନା ମିଳିଛି। ତେବେ ପ୍ରଥମ ବ୍ୟାଚ୍ରେ ତିନିଗୋଟି ଏଏଚ୍୬୪ଇ ଆପାଚି ଆଟାକ୍ହେଲିକପ୍ଟର ଆସୁଥିବା ସୂଚନା ରହିଛି।
ଏହାଛଡା ଏହାର ସମସ୍ତପ୍ରକାର ପରୀକ୍ଷାମୂଳକ ଉଡ଼ାଣ କରାଯିବା ପରେ ହିଁ ହେଲିକପ୍ଟର୍ଗୁଡ଼ିକୁ ଭାରତ-ପାକିସ୍ତାନ ସୀମା ନିକଟ ପଠାନକୋଟ୍ଏୟାର୍ବେସ୍କୁ ପଠାଇ ଦିଆଯିବ।







