କୋରାପୁଟ ୦୭-୦୫ (ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଜଗନ୍ନାଥ ମନ୍ଦିରରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥକାଠ ଅନୂକୁଲ କରାଯାଇଅଛି। କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗଦେଇ ରଥକାଠର ଅନୁକୂଲ କରିଥିଲେ। ଆଜ୍ଞାମାଳ ଅଣାଯିବା ପରେ ବିଶ୍ୱକର୍ମା ପୂଜା କରାଯାଇଥିଲା। ମନ୍ଦିର ସଂପାଦକ ଗଦାଧର ପରିଡା, ସଭ୍ୟ ଲଲିତ ମୋହନ ପଟ୍ଟନାୟକ, ପି.ସି.ମହାପାତ୍ର, ଜଗବନ୍ଧୁ ସାମଲ, ସୁଧାକର ପଟନାୟକ, ଅରୁଣ ଦାଶ, ପି.ସି.ମିଶ୍ର, ପ୍ରତିଧାରା ସାମଲ ପ୍ରମୁଖ ଉପସ୍ଥିତ ଥିଲେ।ଏହାପରେ ୩ ଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା।କୋରାପୁଟ ସହରରେ ଚଳିତ ବର୍ଷ ୩ ଟି ରଥ ନିର୍ମାଣ କରାଯାଇ ସୁଭଦ୍ରା ଦେବୀଙ୍କ ରଥକୁ କେବଳ ମହିଳାମାନେ ଟାଣିବେ ବୋଲି ସଭ୍ୟ ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ।ଏପରିକି ଡାହୁକ ମଧ୍ୟ ମହିଳା ରହିବେ ବୋଲି ସେ ପ୍ରକାଶ କରିଥିଲେ।







