Home ଓଡ଼ିଶା ବସ ଓଲଟି ୧୦ ଆହତ: ଜଣେ ଗୁରୁତର

ବସ ଓଲଟି ୧୦ ଆହତ: ଜଣେ ଗୁରୁତର

859

କୋରାପୁଟ ୦୭-୦୫ (ଓଡିଆ ପୁଅ /ରଂଜନ କୁମାର ଦାସ)ଏକ ଘରୋଇ ବସ ଓଲଟି ପଡିବା ଫଳରେ ୯ ଜଣ ଯାତ୍ରୀ ଓ ବସର ହେଲପର ଆହତ ହୋଇଥିବା ଜଣାପଡିଛି।ସେମିଲିଗୁଡାଠାରୁ ଦାମନଯୋଡି ମଧ୍ୟ ରାସ୍ତାରେ ଏକ ଘରୋଇ ବସ ମା ସର୍ବେଶ୍ୱରୀ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଦୁର୍ଘଟଣାଗସ୍ତ ହୋଇଥିଲା। ବସର ହେଲପର ତୁଷାର ନାୟକ ଗୁରୁତର ଥିବା ବେଳେ ଆଉ ୯ ଜଣ ଆହତ ହୋଇ କୋରାପୁଟ ମେଡିକାଲକୁ ଅଣାଯାଇଥିବା ଜଣାପଡିଛି।କୋରାପୁଟ ଏଡିଏମଓ ଦେବେନ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଜରୁରୀକାଳୀନ କାର୍ଯ୍ୟାଳୟର ଅଧିକାରୀ ସୈାମ୍ୟ ରଂଜନ ସ୍ୱାଇଁ ଓ ବରିଷ୍ଠ କିରାଣୀ ପି .କେ.ସାମଲ ଡାକ୍ତରଖାନାକୁ ଆସି ଅଧିକ୍ଷକ ଡାକ୍ତର ହରେକୃଷ୍ଟ ଦଳେଇଙ୍କ ଚିକିତ୍ସା ସଂପର୍କରେ ଆଲୋଚନା କରିଥିଲେ।ଗୁରୁତର ଆହତଙ୍କୁ ଯଦି ସ୍ଥାନାନ୍ତର କରାଯାଏ ତେବେ ଜିଲ୍ଲା ପ୍ରଶାସନ ସମସ୍ତ ସୁବିଧା ଯୋଗାଇ ଦେବେ ବୋଲି ଜରୁରୀକାଳୀନ ଅଧିକାରୀ ସିଦ୍ଧାର୍ଥ ପଟନାୟକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.