Home ଓଡ଼ିଶା ଜୟଦେବ ଜୟନ୍ତୀ ପାଳିତ

ଜୟଦେବ ଜୟନ୍ତୀ ପାଳିତ

213

କୋରାପୁଟ ୦୭-୦୫ (ଓଡିଆ ପୁଅ /ରଂଜନ କୁମାର ଦାସ) ସଂସ୍କୃତି ଭବନ ପରିସରରେ ଜିଲା ସଂସ୍କୃତି ବିଭାଗ ଦ୍ୱାରା ଜୟଦେବ ଜୟନ୍ତୀ ପାଳିତ ହୋଇଛି। ଜିଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଧାନ ଟୁଲିଆମ୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଅଧ୍ୟାପିକା ଡଃ.ପ୍ରିତିଧାରା ସାମଲ, କବି ମନମୋହନ ଆଚାର୍ଯ୍ୟ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଜୟଦେବଙ୍କ ଗୀତଗୋବିନ୍ଦ ଉପରେ ଆଲୋକପାତ କରିଥିଲେ। ସାହିତ୍ୟିକ ନାରାୟଣ ପଣ୍ଡା, ଜଗବନ୍ଧୁ ସାମଲ୍, ଉମାକାନ୍ତ ଦାଶ ପ୍ରମୁଖ ଯୋଗ ଦେଇ ଜୟଦେବଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଦେବା ସହ ତାଙ୍କ ସ୍ମୃତି ଚାରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.