Home Coronavirus Outbreak ରାଜ୍ୟରେ ପୁଣି କରୋନା ନେଲା ୯ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୩୬୨ କୁ ବୃଦ୍ଧି

ରାଜ୍ୟରେ ପୁଣି କରୋନା ନେଲା ୯ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୩୬୨ କୁ ବୃଦ୍ଧି

95

ଭୁବନେଶ୍ୱର ୧୮-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୯ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୩୬୨ କୁ ବୃଦ୍ଧି ପାଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ବାଲେଶ୍ୱର ଜିଲ୍ଲାରୁ ଜଣେ,  ଗଞ୍ଜାମ ଜିଲ୍ଲାରୁ ୩ ଜଣ,  ଖୋର୍ଦ୍ଦା ଜିଲ୍ଲାରୁ ଜଣେ,  ମାଲକାନଗିରି ଜିଲ୍ଲାରୁ ଜଣେ,  ରାୟଗଡ଼ା ଜିଲ୍ଲାରୁ ୨ ଜଣ,  ସମ୍ବଲପୁର ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଚିକିତ୍ସିତ ହେଉଥିବା ବେଳେ ୯ ଜଣ କୋଭିଡ ପଜିଟିଭ ରୋଗୀଙ୍କର ମୃତ୍ୟୁ ହୋଇଛି।

୧- ବାଲେଶ୍ୱର ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କ ପୁରୁଷ ଯିଏ ଅସ୍ଥି ମେଟାଷ୍ଟାସିସ୍ ସହିତ କାରସିନୋମା ପ୍ରୋଷ୍ଟେଟରେ ପୀଡିତ ଥିଲେ।
୨- ଭୁବନେଶ୍ୱରର ଜଣେ ୮୧ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩- ଗଞ୍ଜାମର ଜଣେ ୬୮ ବର୍ଷ ବୟସ୍କ ପୁରୁଷ ଯିଏ କରୋନାରୀ ଧମନୀ ରୋଗ, ଉଚ୍ଚ ରକ୍ତଚାପ, ପାର୍କିନ୍ସନ୍ଜିମ୍, ଅବଷ୍ଟ୍ରକ୍ଟିଭ୍ ସ୍ଲିପିଙ୍ଗ ଆପ୍ନିଆରେ ମଧ୍ୟ ପୀଡିତ ଥିଲେ।

୪- ଗଞ୍ଜାମ ଜିଲ୍ଲାର ଜଣେ ୬୮ ବର୍ଷ ବୟସ୍କା ମହିଳା।

୫- ଗଞ୍ଜାମ ଜିଲ୍ଲାର ଜଣେ ୭୯ ବର୍ଷ ବୟସ୍କ ପୁରୁଷ।

୬- ମାଲକାନଗିରି ଜିଲ୍ଲାର ଜଣେ ୬୧ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଏବଂ ବ୍ରୋଙ୍କିଆଲ୍ ଆଜମା ରୋଗରେ ପୀଡିତ ଥିଲେ।

୭- ରାୟଗଡା ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ।

୮- ରାୟଗଡା ଜିଲ୍ଲାର ଜଣେ ୬୮ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୯- ସମ୍ବଲପୁର ଜିଲ୍ଲାର ଜଣେ ୪୨ ବର୍ଷ ବୟସ୍କ ପୁରୁଷ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.