Home ଓଡ଼ିଶା ଘରେ ପଶି ଲୁଟ ଘଟଣାରେ ୭ ଦୁର୍ବୁତ୍ତ ଅଟକ

ଘରେ ପଶି ଲୁଟ ଘଟଣାରେ ୭ ଦୁର୍ବୁତ୍ତ ଅଟକ

278

ପାଟଣା ୧୫-୩ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଝାରବେଡ଼ା ଗ୍ରାମର କ୍ଷୀରୋଦ ଚନ୍ଦ୍ର ବେହେରା ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ଲୁଟ ଉଦ୍ୟମ ହୋଇଥିଲା ଏବଂ ଦୁର୍ବୁତ୍ତ ଙ୍କ ଆକ୍ରମଣ ରେ ଗ୍ରାମର କ୍ଷୀରୋଦ ବେହେରା ଓ ତାଙ୍କ ଝିଅ ମଧ୍ୟ ଗୁରୁତର ହୋଇଥିଲେ। ଏ ଘଟଣା କୁ ନେଇ କ୍ଷୀରୋଦ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ ଅଭିଯୋଗ ପରେ ତୁରୁମୁଙ୍ଗା ପୋଲିସ ଘଟଣା ର ଛାନଭିନ ଜାରି କରି ଘଟଣା ରେ ସମ୍ପୃକ୍ତ ଥିବା ୭ଜଣ ଦୁର୍ବୁତ୍ତ ଙ୍କୁ ଥାନା ରେ ଅଟକ ରଖି ତଦନ୍ତ ଚଳାଇଥିବା ଚମ୍ପୁଆ ଏସ, ଡି, ପି, ଓ ହରିହର ପାଣି କହିଛନ୍ତି। ଉପଯୁକ୍ତ ପ୍ରମାଣ ମିଳିଲେ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଏସ, ଡି, ପି, ଓ, ଶ୍ରୀ ପାଣି। ତେବେ ତୁରୁମୁଙ୍ଗା ଥାନା ଅଞ୍ଚଳରେ ବାରମ୍ବାର ଚୋରି ଓ ଲୁଟ ହେଉଥିବା ବେଳେ ଲୋକଙ୍କ ମନରେ କକୁଆ ଭୟ ସୃଷ୍ଟି ହୋଇଛି।ରାତ୍ର କାଳୀନ ପେଟ୍ରୋଲିଂ ହେଉ ନଥିବା ରୁ ଏପରି ଚୋରି ଓ ଲୁଟ ବଢୁଥିବା ସଧାରଣ ଅଭିଯୋଗ ହୋଇଛି। ଏଥି ପ୍ରତି ଏସ.ପି ଦ୍ରୁଷ୍ଟି ଦେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.