Home ଓଡ଼ିଶା ଆଉଗଡିବନି ସାତପଡା ଓ କୋଣାର୍କକୁ ଟ୍ୟୁରିଷ୍ଟ ବସ୍‌

ଆଉଗଡିବନି ସାତପଡା ଓ କୋଣାର୍କକୁ ଟ୍ୟୁରିଷ୍ଟ ବସ୍‌

224

ପୁରୀ, ୧୫/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଜିଲାପାଳଙ୍କ ନିର୍ଦେଶ କ୍ରମେ ସ୍ଥାନୀୟ ପର୍ଯ୍ୟଟନ କାର୍ଯ୍ୟାଳୟରେ ଜିଲାପ୍ରଶାସନ ଓ ପୁରୀରେ ଥିବା ସାଇଟ ସିନ ଟୁର ବସ ମାଲିକ ମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସହକାରୀ ନିର୍ଦେଶକ ପର୍ଯ୍ୟଟନ, ସିଟି ଡିଏସପି, ପୁରୀ ପରିବହନ ଅଧିକାରୀ, ସାଇଟ ସିନ ଟୁର ବସ ମାଲିକ ସଂଘ ର ସଭାପତି ଓ ଅନ୍ୟାନ୍ୟ କର୍ମକର୍ତା, ମାନେ ଅଂଶ ଗ୍ରହଣ କରି କରୋନା ଭୂତାଣୂ କୁ ବ୍ୟାପବାରେ ରୋକିବା ପାଇଁ ନେବାକୁ ଥିବା ଆବଶ୍ୟକୀୟ ପଦକ୍ଷେପ ସମ୍ବନ୍ଧରେ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ବସ ମାଲିକ ଓ କର୍ମକର୍ତା ଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ କରୋନା ସମ୍ବନ୍ଧୀୟ ପଦକ୍ଷେପ ବାବଦରେ ସମସ୍ତଙ୍କୁ ଅବଗତ କରାଯାଇଥିଲା। ଜିଲା ପ୍ରଶାସନ ଆଜି ଠାରୁ କୌଣସି ସାଇଟ ସିନ ରୁଟ ବସ୍ ପୁରୀ ରୁ ଭୁବନେଶ୍ୱର, କୋଣାର୍କ, ଚିଲିକା ଲେକ ଓ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନକୁ ନଜିବା ପାଇଁ ନିର୍ଦେଶ ଦିଆଯାଇଥିଲା। ଉକ୍ତ ପଦକ୍ଷେପ ବିଭିନ୍ନ ଦେଶ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କୁ ଆଖି ଆଗରେ ରଖି ନିଆଯାଇଛି। କରୋନା ପରିପ୍ରେକ୍ଷିରେ ପ୍ରଶାସନର ଉକ୍ତ ପଦକ୍ଷେପକୁ ସମସ୍ତ ସାଇଟ ସିନ ରୁଟ ବସ୍ ମାଲିକ ମାନେ ସ୍ୱାଗତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.