Home Top News ଝିଅସହ ଦୁଷ୍କର୍ମ ହୋଇଥିବା ଖବର ଶୁଣିବା ପରେ ପାଗଳ ହୋଇଗଲା ବାପା, ୬ ଜଣଙ୍କୁ କଲା...

ଝିଅସହ ଦୁଷ୍କର୍ମ ହୋଇଥିବା ଖବର ଶୁଣିବା ପରେ ପାଗଳ ହୋଇଗଲା ବାପା, ୬ ଜଣଙ୍କୁ କଲା ହତ୍ୟା

252

ବିଶାଖା ପାଟନାମ୍ ୧୫-୪ (ଓଡ଼ିଆ ପୁଅ) ଝିଅର ବଳାତ୍କାର ଖବର ଶୁଣି ଜଣେ ପିତା ଏତେ ପାଗଳ ହୋଇଗଲା ଯେ ସେ ସେହି ପରିବାରର ୬ ଜଣ ସଦସ୍ୟଙ୍କୁ ହତ୍ୟା କରିଦେଲା। ଉକ୍ତ ପରିବାରର ଜଣେ ସଦସ୍ୟ ହତ୍ୟାକାରୀଙ୍କ ଝିଅକୁ ଦୁଷ୍କର୍ମ କରିଥିଲା। ବାପା ସମସ୍ତଙ୍କୁ ହତ୍ୟା କରି ଝିଅ ସହ ଦୁଷ୍କର୍ମର ପ୍ରତିଶୋଧ ନେଇଛି। ଏହି ଘଟଣା ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଜିଲ୍ଲାର ଏକ ଗ୍ରାମରୁ ଆସିଛି ଯେଉଁଠାରେ ଗୁରୁବାର ଘଟିଥିବା ଏହି ଘଟଣା ଶୁଣିବା ପରେ ଦେଶରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। କୁହାଯାଉଛି ଯେ, ମୃତ ପରିବାରର ଜଣେ ସଦସ୍ୟ ହତ୍ୟା ମାମଲାରେ ଅଭିଯୁକ୍ତର ଝିଅକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି ଏବଂ ଏ ସମ୍ପର୍କରେ ସୂଚନା ପାଇବା ପରେ ପୀଡିତାର ପିତା ପାଗଳ ଭାବରେ ଆକ୍ରମଣ କରିଥିଲା ଏବଂ ବ୍ୟକ୍ତି ଜଣକ ବହୁ କ୍ରୋଧିତ ହୋଇଯାଇଥିଲା। ଅଭିଯୁକ୍ତ ବଳାତ୍କାରୀ ଫେରାର ଅଛି।ଏହି ଘଟଣା ବିଶାଖାପାଟନମ୍ ଜିଲ୍ଲାର ଜଟ୍ଟା ଗ୍ରାମରେ ଘଟିଛି। ପୋଲିସ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଚାଲିଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.