Home Coronavirus Outbreak କରୋନାଭାଇରସ୍ : ଅହମ୍ମଦାବାଦରେ ୮୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ

କରୋନାଭାଇରସ୍ : ଅହମ୍ମଦାବାଦରେ ୮୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ

263

ଅହମ୍ମଦାବାଦ୍ ୨୫-୩ (ଓଡ଼ିଆ ପୁଅ) ଗୁଜୁରାଟରେ କୋଭିଡ -୧୯ କାରଣରୁ ଜଣେ ୮୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ANI ଅନୁଯାୟୀ ଉକ୍ତ ମହିଳା ସେ ବିଦେଶ ଯାତ୍ରା କରିଥିଲେ ଏବଂ COVID-୧୯ ର ଲକ୍ଷଣ ବିକଶିତ କରିବା ପରେ ତାଙ୍କୁ ୨୨ ମାର୍ଚ୍ଚରେ ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଅନେକ ଜଟିଳତାର ଶିକାର ହୋଇଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ, ଗୁଜୁରାଟ ସରକାର ପ୍ରକାାଶ କରିଛି।

ସୂଚନାଯୋଗ୍ୟଯେ, ଦେଶରେ ୬୦୬ ଜଣ କରୋନାଭାଇରସ୍ ରେ ସଂକ୍ରମିତ ହୋଇଛନ୍ତି। ୪୩ ଜଣ ଲୋକ ସୁସ୍ଥ ହୋଇଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ପୁଷ୍ଟି କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।

କିନ୍ତୁ ସମଗ୍ର ବିଶ୍ୱର ପରିସ୍ଥିତି ଉପରକୁ ନଜର ପକାଇଲେ ୧୯୪ ଦେଶରେ ୧୯ ହଜାର ୧୦୧ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.