Home Top News ଜଘନ୍ୟ କାଣ୍ଡ: ଟ୍ରେନରେ ଗଣ୍ଡଗୋଳ – ୩ ଜଣଙ୍କୁ ପୋଡ଼ି ମାରିଦେଲା ଦୁର୍ବୁତ୍ତ, ୯ ଗୁତୁତ୍ୱର...

ଜଘନ୍ୟ କାଣ୍ଡ: ଟ୍ରେନରେ ଗଣ୍ଡଗୋଳ – ୩ ଜଣଙ୍କୁ ପୋଡ଼ି ମାରିଦେଲା ଦୁର୍ବୁତ୍ତ, ୯ ଗୁତୁତ୍ୱର ..

90

ନୂଆଦିଲ୍ଲୀ: ଟ୍ରେନରେ ଗଣ୍ଡଗୋଳ ଘଟି ଏକ ଭୟଙ୍କର ତଥା ଅଭାବନୀୟ ଘଟଣା ଘଟିଯାଇଛି। ଗଣ୍ଡଗୋଳ ପରେ ଜଣେ ଦୁର୍ବୁତ୍ତ ୩ ଜଣ ଯାତ୍ରୀଙ୍କୁ ପୋଡ଼ି ମାରିଦେଇଛି। କେରଳର କୋଝିକୋଡରେ ଏକ ଏକ୍ସପ୍ରେସ ଟ୍ରେନରେ ଚଢ଼ିବାକୁ ନେଇ ହୋଇଥିବା ଗଣ୍ଡଗୋଳ ପରେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ନିଆଁ ଲଗାଇବା ପରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହ ଆଉ ୯ ଜଣ ଯାତ୍ରୀ ପୋଡ଼ି ହୋଇ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। କୋଝିକୋଡ ଲୋଥୁର ଷ୍ଟେସନ ପାଖ ଟ୍ରାକରୁ ୩ ମୃତଦେହ ଉଦ୍ଧାର ହୋଇଛି। ଅଲପୁଝା- କନୌର ଏକ୍ସପ୍ରେସରେ ଏପରି ଜଘନ୍ୟ କାଣ୍ଡଟି ଘଟିଛି। ସୂଚନା ମୁତାବକ, ଅଲପୁଝା- କନୌର ଏକ୍ଜିକ୍ୟୁଟିଭ୍ ଏକ୍ସପ୍ରେସର ଯାତ୍ରୀମାନେ ଜରୁରୀକାଳୀନ ଚେନ୍ ଟାଣିଥିଲେ। ଯାହା ପରେ ଟ୍ରେନ୍ ଧୀର ହେବାରୁ ଦୁର୍ବୁତ୍ତ ଜଣଙ୍କ ଟ୍ରେନରୁ ଓହ୍ଲାଇ ପଳାଇ ଯାଇଥିଲା। ଦୁର୍ବୁତ୍ତ ଜଣଙ୍କର ପରିଚୟ ଏ’ ପର୍ଯ୍ୟନ୍ତ ମିଳିପାରି ନାହିଁ। ଟ୍ରେନ୍ କୋଝିିକୋଡ ଟାଉନ୍ ପାର ହେବା ପରେ କୋରାପୁଜା ରେଳ ବ୍ରିଜରେ ପହଞ୍ଚିଥିଲା। କୋଝିକୋଡ ଜିଲ୍ଲାର ଏଲାଥୁର ନିକଟରେ ସେହି ଦୁର୍ବୁତ୍ତ ଜଣଙ୍କ ଯାତ୍ରୀଙ୍କ ଉପରେ ପେଟ୍ରୋଲ ଛିଞ୍ଚି ଚଳନ୍ତା ଟ୍ରେନରେ ନିଆଁ ଲଗାଇ ଦେଇଥିଲା। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୯ ଜଣ ଗୁରୁତ୍ୱର ଆହତ ହୋଇଛନ୍ତି। ଘଟଣା ଘଟିଥିବା ରେଳ ଟ୍ରାକ୍ ନିକଟରେ ଏକ ଶିଶୁ ସମେତ ତିନି ଜଣଙ୍କ ମୃତଦେହ ମିଳିଛି। ଏ’ ପର୍ଯ୍ୟନ୍ତ ଦୁବୃର୍ତ୍ତକୁ ଚିହ୍ନଟ କରାଯାଇପାରିନି। ତଦନ୍ତ ଚାଲିଛି, ଫୋରେନସିକ୍ ବିଶେଷଜ୍ଞମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.