Home କଳାହାଣ୍ଡି ଇନ୍ଦ୍ରାବତୀ କେନାଲରୁ ଯୁବକର ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଇନ୍ଦ୍ରାବତୀ କେନାଲରୁ ଯୁବକର ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

73

କଳାହାଣ୍ଡି, ତା ୫.୪.୨୦୨୧ ( ଓଡିଆପୁଅ)  କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ମତୁଆଲଗୁଡା ନିକଟରେ ଇନ୍ଦ୍ରାବତୀ କେନାଲ ରେ ଜଣେ ଯୁବକର ଶବ ଭାସୁଥିବାର ଖବର ପାଇଁ ବଡକୁଟ୍ରୁ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରିଥିବା ଜଣାପଡିଛି । ଶନିବାର ରାତିରେ ମୁଖିଗୁଡା ଠାରେ ପରିବାର ସହ ରହୁଥିବା ସୀମାଂଚଳ ମହାପାତ୍ର ସାନ ଭାଇ ସହ ବ୍ୟବସାୟ କାର୍ଯ୍ୟରେ ବଡକର୍ଲାକୋଟ ଯାଇ ରାତିରେ ଫେରିନଥିଲେ । ଏସଂପର୍କରେ ପରିବାର ଲୋକେ ଚିନ୍ତିତ ଥିବା ବେଳେ ବଡକୁଟ୍ରୁ ପୋଲିସ ପକ୍ଷରୁ ଶବ ଉଦ୍ଧାର ବିଷୟ ଜାଣିପାରି ସୀମାଂଚଳ ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ଚିହ୍ନଟ କରିଥିଲେ । ରାତିରେ ପ୍ରାୟ ନଅଟା ସମୟରେ ବିଲମ୍ବ ହେତୁ ଘରକୁ ଯାଇନପାରୁ ଜୟପାଟଣାରେ ରହିଯାଉଥିବା ଫୋନ କରିଥିବା ପରିବାର ଲୋକ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ବଡକର୍ଲାକୋଟ ଠାରୁ ଜୟପାଟଣା ରାସ୍ତାରେ ପୁଳାପୁଳା ରକ୍ତ ପଡିଥିବା ଦେଖି ଲୋକେ ପୋଲିସକୁ ଜଣାଇବା ପରେ ପୋଲିସ ଘଟଣାର ଛାନଭିନ କରି ସେଠାରୁ ସୀମାଂଚଲର ଡଟପେନ, ବେଙ୍କ କାଗଜାତ ଇତ୍ୟାଦି ସମେତ ରକ୍ତଲଗା କଟୁରୀ ପୋଲିସ ନଜରକୁ ଆସିଥିବା ପ୍ରକାଶ । ସୀମାଂଚଳକୁ ସେଠାରେ ହତ୍ୟା କରାଯାଇ ସୁଦୂର କେନାଲ ରେ ପକାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ  କରୁଛନ୍ତି । ସୀମାଂଚଳର ବାଇକ କୁ ମଧ୍ୟ ପୋଲିସ ଜବତ କରିଥିବା ଜଣାପଡିଛି । ଏହାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ପ୍ରାଥମିକ ପର୍ଯ୍ୟାୟରେ ୟୁଡି କେଶ ନଂ.୮/୨୦୨୧ ରେ ଏକ କେଶ ରୁଜ୍ଜୁ କରି ତଦନ୍ତ ଜାରି ରଖିଥିବା ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.