ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ବନ୍ତ ବ୍ଲକର ଗୋପିନାଥପୁର ଓ ଚାରିଗାଁ ପଚାଂୟତର ବିଭିନ୍ନ ଗଣେଶ ପୂଜା ମଣ୍ଡପ ବୁଲିଲେ ବିଜେପି ଭଣ୍ଡାରିପୋଖରୀ ବିଧାନସଭା ନେତା ଡ. ସୁଧାଂଶୁ ଶେଖର ନାୟକ । ଚାରିଗାଁ ପଚାଂୟତ ଇଟୁଆ ଗ୍ରାମର ଗଣେଶ ମଣ୍ଡପ ପୂଜା କମିଟି, ଗଣେଶ ଉତ୍ସବ ସମିତି, ଜେନାସାହି ମଙ୍ଗଳା କ୍ଲବ, ବେହେରା ପରିବାର ପକ୍ଷରୁ ଆୟୋଜିତ ଗଣେଶ ପୂଜା ମଣ୍ଡପ ବୁଲିବା ସହ ଠାକୁରଙ୍କ ଆଶିଷ ଲାଭ କରିଥିଲେ । ଚାରିଗାଁ ବିଜେପି ଶକ୍ତିକେନ୍ଦ୍ର ପ୍ରମୁଖ ମଦନମୋହନ କଟୁଆଳ, ସମିତିସଭ୍ୟ ଧରଣୀଧର କର, ଚାଚତେଇ ସଂଗଠନର ସମ୍ପାଦକ ସୁଦର୍ଶନ ଯେନା, ଆଇନଜିବୀ ସୁରେନ୍ଦ୍ର କର, ନାଏବ ସରପଚଂ ଅକ୍ଷୟ ବେହେରା,ଅଜୟ ବେହେରା, ଭାଗବତ ଜେନା, ଶିବ ପ୍ରସାଦ ମାଝୀ, ସନାତନ ସେଠୀ, ସନ୍ତୋଷ ପଣ୍ଡା, ବିଶ୍ୱବାସୀ କୁଣ୍ଡୁ, ରମେଶ ମହାକୁଡଙ୍କ ସମେତ ପୂର୍ବତନ ମଣ୍ଡଳ ସଭାପତି ଗୋପାଳକୃଷ୍ଣ ଦାଶ, ଶିବାନନ୍ଦ ଦାସଅଧିକାରୀ, ପୂର୍ବତନ ସମିତିସଭ୍ୟ ବସନ୍ତ ନାୟକ ଧିବର ସାମଲ, ମହାନ୍ତିପଡା ଶକ୍ତିକେନ୍ଦ୍ର ପ୍ରମୁଖ ଚିନ୍ତାମଣି ମହାରଣା, ଅଣିଜୋ ଶକ୍ତି କେନ୍ଦ୍ର ପ୍ରମୁଖ ପ୍ରତାପ ପଣ୍ଡା, ରମା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଗୋପିନାଥପୁର ପଚାଂୟତ ବଡସନ୍ଦାଡୋ ଗ୍ରାମର ବିଜେପି କାର୍ଯ୍ୟକର୍ତା ରାମଚନ୍ଦ୍ର ରାଉତ, ସନ୍ଦାଡୋ ଗ୍ରାମର ବିଜେପି କାର୍ଯ୍ୟକର୍ତା ପରିବାର ସୁଦାମ ମହାରଣା ଓ ୧୫ ନଂ ୱାର୍ଡ ବିଜେପି ପରିବାରର ସୁବାଷ ନାୟକଙ୍କ ଅକାଳ ମୃତ୍ୟୁଖବର ପାଇ ଶ୍ରୀ ନାୟକ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ ।








