Home କୋରାପୁଟ କୋରାପୁଟ ବ୍ଲକରେ ପାଳନ ହେଲା ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ କିନ୍ତୁ ହିତାଧିକାରୀ ସରକାରୀ ସୁବିଧାରୁ ବଂଚିତ...

କୋରାପୁଟ ବ୍ଲକରେ ପାଳନ ହେଲା ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ କିନ୍ତୁ ହିତାଧିକାରୀ ସରକାରୀ ସୁବିଧାରୁ ବଂଚିତ ?

110

କୋରାପୁଟ ; ତା୦୩-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ପ୍ରଶାସନ ତଥା ବିଭିନ୍ନ ବ୍ଲକ ତରଫରୁ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ କଲେ କିନ୍ତୁ ହିତାଧିକାରୀ ସରକାରୀ ସୁବିଧାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି ।ସ୍ଥାନୀୟ ରାଜିବ ଗାନ୍ଧି ସେବାକେନ୍ଦ୍ରରେ କୋରାପୁଟ ବ୍ଲକ ଶିକ୍ଷା ବିଭାଗ ତରଫରୁ ଦିବସ ପାଳିତ ହୋଇଯାଇଛି ।କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଉପାଧ୍ୟକ୍ଷ ମୁରଲୀ ଖରା , ବିଡିଓ ନରେନ୍ଦ୍ର ନାୟକ , ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦୟାସିନ୍ଧୁ ବାଘ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ ।ଦିବ୍ୟାଙ୍ଗ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା ।ନିର୍ବାଚନ କମିଶନଙ୍କ ନିଦେ୍ର୍ଦଶନୁସାରେ ଦିବ୍ୟାଙ୍ଗ ଭୋଟରମାନଙ୍କୁ ଭୋଟଦାନ ସଂପର୍କରେ ସଚେତନତା କରାଯାଇଥିଲା ।କୋରାପୁଟ ବ୍ଲକ ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ସୁରେଶ ହୋତା ସଚେତନତା କରାଇଥିଲେ ।ଏଥିରେ ସହାୟକ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଲିଆ ଉପସ୍ଥିତ ଥିଲେ ।
ଜିଲ୍ଲା ପ୍ରଶାସନ ବର୍ଷକୁ ଥରେ ଦିବସ ପାଳନ କରିଥାନ୍ତି କିନ୍ତୁ ଜିଲ୍ଲାରେ ତଥା ବ୍ଲକରେ କେତେ ଦିବ୍ୟାଙ୍ଗ ରହିଛନ୍ତି ତାହା ଚିହ୍ନଟ ଠିକ ଭାବେ କରାଯାଉ ନ ଥିବା ଅଭିଯୋଗ ହେଉଛି ।କୋରାପୁଟ ବ୍ଲକର କୋଟିଆଗୁଡା ଗ୍ରାମର ସାବିତ୍ରୀ ମାଝିଙ୍କ କନ୍ୟା ଅର୍ପିତା ମାଝି କଥା ହୋଇ ପାରୁ ନ ଥିବା ବେଳେ କାନକୁ ଶୁଭେ ନାହିଁ ଏବଂ ଚାଲି ପାରୁ ନ ଥିବା ବେଳେ କେବଳ ଶ୍ରବଣ ଯନ୍ତ୍ର ଦେଇ ବ୍ଲକ ପ୍ରଶାସନ ଚୁପ ବସି ପଡିଥିବା ଜଣାପଡିଛି ।ଅର୍ପିତାଙ୍କୁ ବାଣିଶ୍ରୀରେ ୫୦୦ ଟଙ୍କା ଭତା ମିଳୁଥିବା ମା ସାବିତ୍ରୀ ସୂଚନା ଦେଇଛନ୍ତି ।ତିନି ଚକିଆ ଗାଡି ମିଳି ନ ଥିବାରୁ ଅର୍ପିତା ସ୍କୁଲ ଯିବା ଆସିବା କଷ୍ଟକର ହେଉଥିବା ବେଳେ ମା ଝିଅକୁ କାଖେଇ କାଖେଇ ସ୍କୁଲକୁ ନେଇଥାଏ ।ତାହା ହେଲେ ଏ ଦିବସ ପାଳନ କରିବାର କଣ ଲକ୍ଷ୍ୟ ପୂରଣ ହୋଇପାରୁଛି କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବି ହେଉଛି ।କୋରାପୁଟ ବିଡିଓ ନରେନ୍ଦ୍ର ନାୟକଙ୍କୁ ପଚାରିବାରେ ସେ ଏ ବିଷୟରେ ଜାଣି ନ ଥିବା ପ୍ରକାଶ କରିଥିବା ବେଳେ ଏହାର ସାମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।ଅର୍ପିତାକୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଛି କିନ୍ତୁ ଅଶ୍ଥିଶଳ୍ୟ ଡାକ୍ତରଙ୍କଠାରୁ ପ୍ରମାଣପତ୍ର ମିଳି ନ ଥିବାରୁ ତିନି ଚକିଆ ଗାଡି ପ୍ରଦାନ କରାଯାଇ ନ ଥିବା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୈାଦାମିନୀ ପ୍ରଧାନ ପ୍ରକାଶ କରିଥିଲେ ।ପ୍ରତିବର୍ଷ ଦିବ୍ୟାଙ୍ଗ ଶିବିର ପାଳନ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଅର୍ପିତା କିପରି ବଂଚିତ ହେଲେ ତାହା ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.