Home ଓଡ଼ିଶା ଜିଲ୍ଲାବାସୀଙ୍କ ଆର୍ଥିକ ଉନ୍ନତି ପାଇଁ ଲକ ଡାଉନ ଆଶିଂକ କୋହଳ,ସକାଳ ୭ରୁ ମଧ୍ୟାହ୍ନ୧ଟା ପର୍ଯ୍ୟନ୍ତ ଦୋକାନ...

ଜିଲ୍ଲାବାସୀଙ୍କ ଆର୍ଥିକ ଉନ୍ନତି ପାଇଁ ଲକ ଡାଉନ ଆଶିଂକ କୋହଳ,ସକାଳ ୭ରୁ ମଧ୍ୟାହ୍ନ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ

224

ମାଲକାନଗିରି,୨୦ା୪(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ରୂପନେଇଥିବା ବେଳେ ଏହାର ସଂକ୍ରମଣରୁ ରକ୍ଷା ପାଇଁ ପ୍ରତିଶେଧକ ମୂଳକ ବ୍ୟବସ୍ଥା ନିମନ୍ତେ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଗ୍ରୀନ ଜୋନରେ ରହିଛି ମାଲକାନଗିରି ଜିଲ୍ଲା ,ଏହି ଜିଲ୍ଲାରେ ଜଣେ ମଧ୍ୟ କରୋନା ମହାମାରିରେ ସଂକ୍ରମଣ ହୋଇ ନଥିବାରୁ ଜିଲ୍ଲାବାସୀଙ୍କ ଆର୍ଥିକ ଉନ୍ନତି ପାଇଁ ଲକ ଡାଉନ କଟକଣାକୁ ଆଜି ଠାରୁ ଆଶିଂକ ଭାବେ କହୋଳ କରାଯାଇଛି । ସକାଳ୭ଟା ଠାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟାନ୍ତ ତେଜରାତୀ,ପନିପରିବା,ସାର, ବିହନ,କୃଷିଯନ୍ତ୍ରପତି,ସିମେଟଂ,ରଡ,ବହି ଦୋକାନ ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ବଜାର ଖୋଲା ରହିବ, କୌଣସି ଦୋକାନ ଆଗରେ ଗହଳି ନକରି ସାମାଜିକ ଦୂରତା ରକ୍ଷା କରି କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣାବିକା ହୋଇପାରିବ ବୋଲି ଆଜି ଡିଆରଡିଏ ସଭାଗୃହ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ସୁଚନା ଦେଇଛନ୍ତି । ଏହା ବ୍ୟତିତ, ଗାଡି, ମଟରସାଇକେଲ, ସାଇକେଲ ମରାମତ ଦୋକାନ ଖୋଲା ରହିବ,ଅଫିସ ଗୁଡିକ ସବୁଖୋଲା ରହିବ, କର୍ମଚାରୀ ମାନେ ସାମଜିକ ଦୂରତା ରକ୍ଷାକରି ନିଜ ନିଜ କାମକରିବେ, ଗୁରୁତ୍ୱ ପୁର୍ଣ୍ଣ କାମ ଓ ମେଡିକାଲ ପାଇଁ ଗାଡିବ୍ୟବହାର କରିପାରିବେ,ମଟର ସାଇକେଲରେ ଜଣେ ,କାର,ବୋଲେରୁ ଗାଡିରେ ସାମାଜିକ ଦୂରତା ରକ୍ଷାକରି ୨ରୁ ୩ଜଣ ବସିକି ଯାଇପାରିବେ,ଜିଲ୍ଲାରେ ବିଜୁପକ୍କାଗୃହ,ରାସ୍ତା, ପୋଲ,କୋଠାଘର ନିର୍ମାଣ,କାମ ଆରମ୍ଭ ହେବ, ଶ୍ରମିକମାନେ ନିଜ ଜିଲ୍ଲାର ହୋଇଥିବା ଦରକାର,ବାହାର ଜିଲ୍ଲାରୁ ଶ୍ରମିକ ଆସିଲେ ସେମାନଙ୍କୁ ୧୪ଦିନ ପର୍ଯ୍ୟନ୍ତ ସଙ୍ଗରୋଧ ଗୃହରେ ରଖାଯିବ ।ନିର୍ମାଣ ଶ୍ରମିକ ମାନେ ସାମାଜିକ ଦୂରତା ରକ୍ଷାକରି ମୁହଁରେ ମାସ୍କ ପିନ୍ଧି କାମକରିପାରିବେ । ଇତି ମଧ୍ୟରେ ମାଲକାନଗିରି ଜିଲ୍ଲାରୁ ୩୪୮ଜଣଙ୍କ ନମୁନାଗ୍ରହ ହୋଇ ପରୀକ୍ଷା ପାଇଁ ଭୁବନେଶ୍ୱରକୁ ପଠା ଯାଇଥିଲା, ସେଥିମଧ୍ୟରୁ ୨୦୫ଜଣଙ୍କ ନମୁନା ନେଗେଟିଭ ଆସିଥିବା ବେଳେ ଅନ୍ୟ ନମୁନା ଗୁଡିକର ରିପୋର୍ଟ ହସ୍ତଗତ ହୋଇନାହିଁ,ଏବେ ବି ୨୦୦ଜଣଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କ୍ୱାରେଟାଂଇନ ଗୃହରେ ରଖାଯାଇଛି ।ତେବେ ଲକ ଡାଉନ ସମ୍ପୁଣ୍ଣ ର୍ ନ ଉଠିବା ପର୍ଯ୍ୟନ୍ତ ବସ ଓ ଅନ୍ୟାନ ଗାଡି ଚଳାଚଳ ସ୍ୱାଭାବିକ ହେବନାହିଁ , ଲକ ଡାଉନ ନିୟମ ପୁବ ର୍ପରି କାଏମ ରହିବ,ସମଗ୍ରବିଶ୍ୱରେ କରୋନା ମହାମାରୀ ରୂପ ନେଇ ଏହାକୁ ଜାତୀୟ ବିପତି ଭାବେ ଘୋଷଣା କରାଯାଇଥିବାରୁ ଏହାର ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟପକ ପଦକ୍ଷେପ ନିଆଯାଇଛି । ଲକଡାଉନ ନିୟମକୁ ମାନନ୍ତୁ କୌଣସି ସ୍ଥାନରେ ଗହଳି ନକରି ସାମଜିକ ଦୂରତା ରକ୍ଷାକରନ୍ତୁ,ଭଲଭାବରେ ହାତ ଧୁଅନ୍ତୁ, କଥା ହେଲା ବେଳେ ପ୍ରାୟ ଏକ ମିଟିର ସାମାଜିକ ଦୂରତା ଅବଲମ୍ବନ କରନ୍ତୁ । ମୁହଁରେ ମାସ୍କ ଲଗାନ୍ତୁ,ସଚେତନତା ହିଁ ପ୍ରତିକାର, କରୋନା ର ଗୁଜବ ପ୍ରତି ଆତଙ୍କିତ ନହୋଇ ନ ଡରି ପ୍ରସ୍ତୁତ ରୁହନ୍ତୁ, ନିଜକୁ ଓ ଅନ୍ୟମାନଙ୍କୁ କରୋନା ଭୂତାଣୁ ସଂକ୍ରମଣଠାରୁ ସୁରକ୍ଷିତ ରଖନ୍ତୁ,କୌଣସି ବ୍ୟକ୍ତି ଥଣ୍ଡା ଜ୍ୱର କାଶ,ସର୍ଦ୍ଦି ରେ ଆକ୍ରାନ୍ତ ହେଲେ ତୁରନ୍ତ ହସପିଟାଲକୁ ନେଇ ତାଙ୍କୁ ଚିକିତ୍ସା କରାନ୍ତୁ ଓ ଗୃହ ପୃଥକୀକରଣରେ ରଖନ୍ତୁ,ବାହରକୁ ଗଲେ ମୁହଁରେ ମାସ୍କ ଲଗାନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଡିଆରଡିଏ ପିଡି ବାଳମୁକୁନ୍ଦ ଭୂୟାଁ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅରୁଣକୁମାର ପାଢୀ,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଦୀଲିପ ଚନ୍ଦ୍ର ସାମନ୍ତରାୟ,ଡିଆରଡିଏ ଏପିଡି ମାନସ କୁମାର ମିଶ୍ର,ତହସିଲଦାର ଗୁଣ ନିଧି ନାୟକ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜିଲ୍ଲାସ୍ତରୀୟ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ସାମାଜିକ ଦୂରତା ରକ୍ଷା କରି ଆଲୋଚନାରେ ଭାଗନେଇଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.