Home ଓଡ଼ିଶା ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଘରଘର ବୁଲି ଗରିବ ଲୋକଙ୍କୁ ସଚେତନ କରାଇବା ସହ ବାଣ୍ଟିଲେ ଶୁଖିଲା...

ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଘରଘର ବୁଲି ଗରିବ ଲୋକଙ୍କୁ ସଚେତନ କରାଇବା ସହ ବାଣ୍ଟିଲେ ଶୁଖିଲା ଖାଦ୍ୟ, ମାସ୍କ, ସାବୁନ୍ ଓ ମଶାରୀ

297

ବଡ଼ବିଲ ,ତା ୨୦ ଅପ୍ରେଲ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ଆଦିବାସୀ ବିକାଶ ସମିତି ପକ୍ଷରୁ ଅଧ୍ୟକ୍ଷା ପଦ୍ମଶ୍ରୀ ତୁଳସୀ ମୁଣ୍ଡା ନିଜେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଘରଘର ବୁଲି କିଛି ମାଙ୍କଡ଼ିଆ ଶ୍ରେଣୀର ଲୋକଙ୍କୁ ସଚେତନ କରାଇବା ସହ ମାସ୍କ, ସାବୁନ, ମଶାରୀ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି । ଉକ୍ତ ଶ୍ରେଣୀର ଲୋକମାନେ ଘରଘର ବୁଲି ଭିକ୍ଷା ବୃତ୍ତି କରି ନିଜ ଗୁଜୁରାଣ ମେଣ୍ଟାଇବା ସହ ଭଙ୍ଗା ଝୁମ୍ପୁଡି ଘରେ ଜୀବନ ବିତାଇଥାନ୍ତି । ପ୍ରକୃତରେ କହିବାକୁ ଗଲେ ଭିକ୍ଷା ବୃତ୍ତି କରୁଥିବା ଜନସାଧାରଣ ପାଇଁ ସରକାରଙ୍କ ସୁବିଧା ଅପହଞ୍ଚ ହୋଇ ରହିଛି । ସମଗ୍ରବିଶ୍ବ ସହ ଭାରତରେ ଏବେ କରୋନା ଭାଇରସ ସଂକ୍ରମଣ ରୋକିବାକୁ ସଂଘର୍ଷ ଜାରି ରଖିଥିବା ବେଳେ କରୋନା ସଂକ୍ରମଣରୁ ବାଦ ପଡିନାହିଁ ଆମ ରାଜ୍ୟ ଓଡିଶା । କରୋନାର ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବେଶ ତତ୍ପରତା ଦେଖାଇ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇ କୋଟି କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ସମସ୍ତ ରାସନକାର୍ଡ ଥିବା ପରିବାରକୁ ୩ମାସର ରାସନ ସାମଗ୍ରୀ ଆଗୁଆ ଯୋଗାଇ ଦେଇଛନ୍ତି । କିନ୍ତୁ ମାସକୁ ମୁଣ୍ଡପିଛା ୫କିଲୋ ଚାଉଳ ଯୋଗାଇ ଦେଇଥିବା ବେଳେ ଖଟିଖିଆ ଦିନମଜୁରିଆ ଲୋକଟିଏ ପାଇଁ ତାହା ମାତ୍ର ୫ଦିନର ଖାଦ୍ୟ ଅଟେ । ଫଳରେ ଲକ୍ ଡାଉନ୍ ସମୟରେ ବାକି ଦିନର ଖାଦ୍ୟ ଯୋଗାଡ଼ ପାଇଁ ଲୋକମାନେ ନାକେଦମ ହେବାକୁ ପଡୁଥିବା ଦେଖିବାକୁ ମିଳୁଛି ।

ଲକ୍ ଡାଉନ୍ ଘୋଷଣାରେ ମଧ୍ୟବିତ୍ତ, ଖଟିଖିଆ, ଦିନମଜୁରିଆ ପରିବାର ପାଇଁ ଯଦିଓ କଷ୍ଟଦାୟକ ହେଉଛି ତଥାପି ସେମାନେ ସମର୍ଥନ କରିଛନ୍ତି । ହେଲେ ସରକାରଙ୍କ ଲକ୍ ଡାଉନ୍ ନିୟମ ଜୀବନ ଜୀବିକାକୁ ବେଶ୍ ପ୍ରଭାବିତ କରିବା ସହ ଅସ୍ତବ୍ୟସ୍ତ କରିପକାଇଛି । ଏଭଳି ପରିସ୍ଥିତିରେ ଭୋକିଲା ପେଟକୁ ଆହାର ଯୋଗାଇ ଦେବାକୁ ଅଣ୍ଟା ଭିଡ଼ି ଆଗକୁ ଆଗେଇ ଆସିଛନ୍ତି ଆଦିବାସୀ ବିକାଶ ସମିତି ପକ୍ଷରୁ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସହ ସାମାଜିକ କର୍ମୀ ଦମୟନ୍ତି ସାମଲ, ଗଣେଶ ପାତ୍ର, ବ୍ରଜକିଶୋର ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.