Home Coronavirus Outbreak ବଳକା ଚାଉଳକୁ ବ୍ୟବହାର କରି ଇଥାନଲ ମିଶ୍ରିତ ପେଟ୍ରୋଲ ଦ୍ୱାରା ଆଲକୋହଲ୍ ଆଧାରିତ ହ୍ୟାଣ୍ଡ୍ ସାନିଟାଇଜର...

ବଳକା ଚାଉଳକୁ ବ୍ୟବହାର କରି ଇଥାନଲ ମିଶ୍ରିତ ପେଟ୍ରୋଲ ଦ୍ୱାରା ଆଲକୋହଲ୍ ଆଧାରିତ ହ୍ୟାଣ୍ଡ୍ ସାନିଟାଇଜର ପ୍ରସ୍ତୁତି ନିଷ୍ପତିକୁ ମଞ୍ଜୁରୀ

485

କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାତୀୟ ଜୈବ ଇନ୍ଧନ ସମନ୍ୱୟ କମିଟିର ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ/ଭୁବନେଶ୍ୱର, ଏପ୍ରିଲ ୨୦ (ଓଡ଼ିଆ ପୁଅ) – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସୋମବାର ଏନବିସିସି ବା ଜାତୀୟ ଜୈବ ଇନ୍ଧନ ସମନ୍ୱୟ କମିଟି ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଜାତୀୟ ଖାଦ୍ୟ ନିଗମ(ଏଫସିଆଇ) ସହିତ ଉପଲବ୍ଧ ବଳକା ଚାଉଳକୁ ବ୍ୟବହାର କରି ତଥା ଇଥାନଲ ମିଶ୍ରିତ ପେଟ୍ରୋଲ(ଇବିଏପ୍‌) ଦ୍ୱାରା ଆଲକୋହଲ୍ ଆଧାରିତ ହ୍ୟାଣ୍ଡ୍ ସାନିଟାଇଜର ପ୍ରସ୍ତୁତ କରାଯାଇ ପାରିବା ନିଷ୍ପତିକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଜୈବଇନ୍ଧନ ଜାତୀୟ ପଲିସି ଅନୁଯାୟୀ ଏହାକୁ ମଞ୍ଜୁରି ପ୍ରଦାନ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.