Home ଓଡ଼ିଶା ଜୟପୁରରେ ବୋମା ବିଷ୍ପୋରଣର ଚାରି ଦୋଷୀଙ୍କୁ ଫାଶୀଦଣ୍ଡାଦେଶ

ଜୟପୁରରେ ବୋମା ବିଷ୍ପୋରଣର ଚାରି ଦୋଷୀଙ୍କୁ ଫାଶୀଦଣ୍ଡାଦେଶ

534

ଜୟପୁର ୨୦-୧୨ (ଓଡ଼ିଆ ପୁଅ) ଜୟପୁରରେ ବୋମା ବିଷ୍ପୋରଣରେ କୋର୍ଟ ନିଜର ଫଇସଲା ଶୁଣାଇଛନ୍ତି। ଚାରିଜଣ ଦୋଷୀ ସରବର ଆଜମୀ, ସୋହମ୍ମଦ ସେଫ୍, ସଇପୁର ରହେମାନ ଏବଂ ସଲମାନଙ୍କୁ କୋର୍ଟ ଫାଶୀଦଣ୍ଡାଦେଶ ଦେଇଛନ୍ତି। ଏହି ମାମଲାରେ ଗିରଫ ହୋଇଥିବା ଚାରିଜଣ ଅଭିଯୁକ୍ତଙ୍କୁ ବୁଧବାର ଦିନ କୋର୍ଟ ଦୋଷୀ ମାନିଥିଲେ। ଏଥିରେ ଜଣେ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରାଯାଇଥିଲାଲା। ଏହି ବିଷ୍ପୋରଣରେ ୭୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଘଟଣାର ପ୍ରାୟତଃ ୧୧ ବର୍ଷ ପରେ କୋର୍ଟ ନିଜର ଫଇସଲା ଶୁଣାଇଛନ୍ତି। ୧୩ ମଇ, ୨୦୦୮ ରେ ସହର ଭିତରେ ଅଲଗା-ଅଲଗା ଜାଗାରେ ୮ ଟି ସ୍ଥାନରେ ବିଷ୍ପୋରଣ ହୋଇଥିଲା। ଏହି ବିଷ୍ପୋରଣରେ ୧୭୬ ଜଣ ଆହତ ହୋଇଥିଲେ। ଗତ ଏକ ବର୍ଷରେ ଏହି କେସର ଶୁଣାଣି ତେଜ କରାଯାଇଥିଲା ୧,୨୯୬ ସାକ୍ଷୀଙ୍କର ବୟାନ ରେକର୍ଡ଼ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.