Home ଓଡ଼ିଶା ତୁଳସୀ ଦୁଇ ପତ୍ରରୁ… ଦୁଇ ପାଚିକା: ଜଣେ ସାଂସଦ, ଜଣେ ବ୍ରାଣ୍ଡ ଆମ୍ବାସଡ଼ର

ତୁଳସୀ ଦୁଇ ପତ୍ରରୁ… ଦୁଇ ପାଚିକା: ଜଣେ ସାଂସଦ, ଜଣେ ବ୍ରାଣ୍ଡ ଆମ୍ବାସଡ଼ର

1116

ନୂଆଦିଲ୍ଲୀ/ଭୁବନେଶ୍ୱର: “କୌନ୍‌ ବନେଗା କରୋଡ଼ପତି” (କେବିସି) କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏକ କୋଟି ଟଙ୍କାର ପୁରସ୍କାର ଜିତିଥିବା ମହାରାଷ୍ଟ୍ରର ମଧ୍ୟାହ୍ନ ଭୋଜନ ପାଚିକା ବବିତା ତାଡ଼େଙ୍କୁ ନିର୍ବାଚନ ଆୟୋଗ(ଇସି) ଚଳିତ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ‘ବ୍ରାଣ୍ଡ ଆମ୍ବାସଡ଼ର’ ଭାବେ ନିଯୁକ୍ତ କରିଛନ୍ତି।ଏହି ନିଷ୍ପତି ନିର୍ବାଚନ ଆୟୋଗର “ବ୍ୟବସ୍ଥିତ ମତଦାତା ଶିକ୍ଷା ଏବଂ ନିର୍ବାଚନରେ ଅଂଶୀଦାରୀ” (ଏସଭିଇଇପି) ପକ୍ଷରୁ ନିଆଯାଇଛି।ସୂଚନାଯୋଗ୍ୟ ଏସଭିଇଇପି ନିର୍ବାଚନ ଆୟୋଗର ମୁଖ୍ୟ କାର୍ଯ୍ୟକ୍ରମ ହୋଇଥାଏ।ଯାହାର ଉଦ୍ଦେଶ୍ୟ ଭୋଟଦାନ ପ୍ରତି ସଚେତନତା ସୃଷ୍ଟି କରାଇବା ହୋଇଥାଏ।ବବିତା ଏବେ ନିଜ ଜିଲ୍ଲା ଅମରାବତୀରେ ନିର୍ବାଚନରେ ମତଦାନ ପାଇଁ ସଚେତନତା ସୃଷ୍ଟି ପାଇଁ କାମ କରିବେ।ବବିତାଙ୍କ ଘର ଅମରାବତି ଜିଲ୍ଲାର ଅଞ୍ଜନଗାଓଁ ସୂର୍ଯି ଅଞ୍ଚଳରେ।ଦାୟିତ୍ୱ ପାଇବା ପରେ ବବିତା କହିଛନ୍ତି “ସମସ୍ତେ ଭୋଟ ଦାନ କରିବା ଉଚିତ, ଏହା ଆମର ରାଷ୍ଟ୍ରୀୟ କର୍ତ୍ତବ୍ୟ”।ମୁଁ ଅଧିକ ଭାବରେ ଗ୍ରାମାଞ୍ଚଳ ଲୋକଙ୍କ ସହିତ ଯୋଡ଼ି ହେବା ପାଇଁ ଚେଷ୍ଟା କରିବି, ଯାହା ଫଳରେ ଅଧିକରୁ ଅଧିକ ଲୋକ ମତଦାନ ସାବ୍ୟସ୍ତ କରି ନିଜର ଲୋକ ତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ ବୋଲି ବବିତା କହିଛନ୍ତି।ସୂଚନାଯୋଗ୍ୟ ଯେ ବବିତା “କୌନ୍‌ ବନେଗା କରୋଡ଼ପତି” (କେବିସି)ରେ ଏକ କୋଟି ଟଙ୍କା ପୁରସ୍କାର ଜିତିଥିଲେ।୭ କୋଟି ଟଙ୍କାର ପୁରସ୍କାର ଜିତିବାକୁ ସମର୍ଥ ଥିଲେ ମଧ୍ୟ ଅଳ୍ପକେ ହାତଛଡ଼ା କରି ଦେଇଥିଲେ।ସଠିକ୍‌ ଉତ୍ତର ଜାଣି ସୁଦ୍ଧା ତାହା ଉପସ୍ଥାପନ କରିବାକୁ ସାହସ ଜୁଟାଇ ନ’ ପାରି ସେ ଓହରି ଯାଇଥିଲେ।

ସେହିପରି ଆମ ଓଡ଼ିଶାରେ ଜଣେ ପାଚିକା ଆଜି ସାଂସଦ।ସେ ହେଲେ ଆସ୍କା ସାଂସଦ ପ୍ରମିଳା ବିଷୋଇ।ଦିନେ ଏହି ୭୧ ବର୍ଷୀୟ ପ୍ରମିଳା ତାଙ୍କ ଗାଁ’ ଚେରମାରିଆରେ ଅଙ୍ଗନବାଡ଼ି କର୍ମୀ ଭାବରେ ବିଦ୍ୟାଳୟରେ ରୋଷେଇ କରୁଥିଲେ।ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡ଼ିତ ରହି ପ୍ରଶଂସନୀୟ କାମ କରିବା ସହ ବନ ସୁରକ୍ଷା ପାଇଁ ପ୍ରମିଳା ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ।ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ ହୋଇପାରି ବିଜେଡିରୁ ଟିକେଟ ପାଇ ବାମପନ୍ଥୀ ନେତା ରାମକୃଷ୍ଣ ପଟ୍ଟନାୟକ ଏବଂ ଗଞ୍ଜାମ ଟାଇଗର କୁହାଯାଉଥିବା ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତା ଶୁଭଦର୍ଶିନୀଙ୍କୁ ହରାଇ ପ୍ରମିଳା ଆଜି ଆସ୍କା ସାଂସଦ।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.