Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳଙ୍କୁ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ସମ୍ମାନ

ଜିଲ୍ଲାପାଳଙ୍କୁ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ସମ୍ମାନ

107

ଭୁବନେଶ୍ୱର/ଯାଜପୁର୩ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ପ୍ରେରଣାଦାୟୀ  ବ୍ୟକ୍ତିତ୍ୱ ଭାବେ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କୁ ଇଣ୍ଟରଭ୍ୟୁ ଟାଇମ୍ସ୍ ପକ୍ଷରୁ ସମ୍ୱର୍ଦ୍ଧିତ କରାଯାଇଚ୍ଥି ।  ଦି ଇଣ୍ଟରଭ୍ୟୁ ଟାଇମ୍ସ୍ର ୮ ମ ବାର୍ଷିକ ଉତ୍ସବ ଗାନ୍ଧୀ ଜୟନ୍ତୀ ଅବସରରେ ଭୁବନେଶ୍ୱରସ୍ଥ ସ୍ୱସ୍ତି ପ୍ରିମିୟମ ଠାରେ ସଂଧ୍ୟା ସମୟରେ ଅନୁଷ୍ଠିତ ହୋଇଥିଲା ।  ଏଥିରେ ଜିଲ୍ଲାପାଳ ଶ୍ରୀ ଦାସଙ୍କ ସହ ବିଭିନ୍ନ କ୍ଷେତ୍ରର ମୋଟ କୋଡିଏ ଜଣଙ୍କୁ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଭାବେ ସମ୍ୱର୍ଦ୍ଧିତ  କରାଯାଇଥିଲା ।  ଉତ୍ସବକୁ ଅତିଥି ଭାବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଯୋଗ ଦେଇ ଉଦ୍ ଘାଟନ କରିଥିଲେ ।  ମୁଖ୍ୟ ଅତିଥି ଭାବେ ବିଚାରପତି ଜଷ୍ଟିସ୍ ମଦନ ମୋହନ ଦାସ, ସମ୍ମାନିତ ଅତିଥି ଭାବେ ସାଂସଦ ଅଚ୍ୟୁତ ସାମନ୍ତ, ସାଂସଦ ଡଃ ଅମର ପଟ୍ଟନାୟକ, ପାଂଲକନ ମେରାଇନର ପ୍ରତିଷ୍ଠାତା ତାରା ରଂଜନ ପଟ୍ଟନାୟକ ଓ ବେଦାନ୍ତ ଲିମିଟେଡର ରାକେଶ ମୋହନ ପ୍ରମୁଖ ଉପସ୍ଥିତ ଥିଲେ ।  ନିଜ ପ୍ରତିକ୍ରିୟାରେ ଜିଲ୍ଲାପାଳ ଶ୍ରୀ ଦାସ ପ୍ରକୃତ ପ୍ରେରଣାଦାୟୀ ବ୍ୟକ୍ତି ଭାବେ ଜିଲ୍ଲାର ଜନସାଧାରଣଙ୍କୁ ଅଭିହିତ କରିଚ୍ଥନ୍ତି । ଜିଲ୍ଲାରେ ବିଭିନ୍ନ ସମୟରେ ପ୍ରାକୃତିକ ବିପର‌୍ୟ୍ୟୟ ସତ୍ତେ୍ୱ ଲୋକ ମାନଙ୍କର ଧର୍ଯ୍ୟ, ସହନଶୀଳତା ଓ ଲଢୁଆ ମନୋଭାବ ସେମାନଙ୍କୁ ପୁଣି ପ୍ରତିଷ୍ଠିତ କରିଚ୍ଥି ।  ସେମାନେ ସଂଘର୍ଷରୁ ଯେ ସପଂଳତା  ପାଇ ଦୃଢ ଭାବେ ପୁଣି ଅଣ୍ଟା ସଳଖି ଠିଆ ହୋଇଚ୍ଥନ୍ତି ଏହାହିଁ ତ ଅନ୍ୟ  ମାନଙ୍କ ପ୍ରତି ପ୍ରେରଣା ବୋଲି ଜିଲ୍ଲାପାଳ କହିବା ସହ ପୁରସ୍କାର ପାଇବା ଭଲ କଥା କିନ୍ତୁ ତାହାର ଗାରିମା ବଜାୟ ରଖିବା ସବୁ ଠାରୁ କଷ୍ଟକର ବ୍ୟାପାର ବୋଲି କହିଥିଲେ ।  ଏହି ଅବସରରେ ସମସ୍ତ ଶୁଭେଚ୍ଚ୍ଥୁ ଓ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଚ୍ଥନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.