Home Coronavirus Outbreak କରୋନା ଆକ୍ରାନ୍ତରେ ଆଉ ୨ ମୃତ; ଉଭୟ ଗଞ୍ଜାମ ଜିଲ୍ଲାର, ସୁରଟ ଫେରନ୍ତା ..

କରୋନା ଆକ୍ରାନ୍ତରେ ଆଉ ୨ ମୃତ; ଉଭୟ ଗଞ୍ଜାମ ଜିଲ୍ଲାର, ସୁରଟ ଫେରନ୍ତା ..

510

ଭୁବନେଶ୍ୱର: କରୋନା ଆକ୍ରାନ୍ତରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳୁଛି। ଉଭୟ ମୃତକ ଗଞ୍ଜାମ ଜିଲ୍ଲାର ଏବଂ ସୁରଟ ଫେରନ୍ତା ବୋଲି ଜଣାପଡ଼ୁଛି। ବ୍ରହ୍ମପୁର ଶୀତଳାପଲ୍ଲୀ ସ୍ଥିତ ଟାଟା କୋଭିଡ୍ ହସ୍ପିଟାଲ୍‌ରେ ଏହି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳୁଛି। ତେବେ ସରକାରୀ ସ୍ତରରେ ଏ’ନେଇ ଏ’ ପର୍ଯ୍ୟନ୍ତ କିଛି ସ୍ପଷ୍ଟ କରାଯାଇ ନାହିଁ। ଜଣେ ଯୁବକ ଶେରଗଡ଼ ବ୍ଲକ୍ ତହଁର ପଞ୍ଚାୟତର ବୋଲି ସୂଚନା ମିଳିଛି। ଗତ ୪ ତାରିଖରେ ଟ୍ରେନ୍‌ରେ ଆସି ଶେରଗଡ଼ ବ୍ଲକ୍ ବ୍ରାହ୍ମଣଛାଇ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ଗତ ୮ ତାରିଖରେ ତାଙ୍କ ସ୍ବାବ୍ ନମୁନା ସଂଗ୍ରହ କରା ଯାଇଥିଲା। ପରେ ରିପୋର୍ଟ ପଜିଟିଭ୍‌ ଆସିବାରୁ ତାଙ୍କୁ ଶୀତଳାପଲ୍ଲୀ ସ୍ଥିତ ଟାଟା କୋଭିଡ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇ ଥିଲା। ତେବେ, ଆଜି ସକାଳେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳୁଛି।

ସେହିପରି ଦ୍ବିତୀୟ ମୃତକ ଜଣକ ମଧ୍ୟ ଦୁଇ ଦିନ ତଳେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅଞ୍ଚଳର ଏକ ସଙ୍ଗରୋଧ କେନ୍ଦ୍ରରୁ ଅସୁସ୍ଥ ଅବସ୍ଥାରେ ଟାଟା କୋଭିଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର ହୋଇଥିଲେ। ତାଙ୍କର ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌ ଆସିଥିଲେ ସୁଧା ତାଙ୍କର ମଧ୍ୟ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ମିଳୁଛି। ତେବେ, ସରକାରୀ ଭାବେ ଉଭୟ ଘଟଣା ବାବଦରେ ଏ’ ପର୍ଯ୍ୟନ୍ତ କୌଣସି ସୂଚନା ଦିଆ ଯାଇନାହିଁ।

ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୨୭ ଥିବା ବେଳେ ଏଯାବତ୍ ୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲାରୁ ୨୮ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୭ ଜଣ, ଗଞ୍ଜାମ ଜିଲ୍ଲାରୁ ୧୫ ଜଣ, କଟକ ଜିଲ୍ଲାରୁ ୧୨ ଜଣ, ପୁରୀ ଜିଲ୍ଲାରୁ ୭ ଜଣ, କେନ୍ଦୁଝର ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ବାଲାଙ୍ଗୀର ଜିଲ୍ଲାରୁ ୨ ଜଣ, କେନ୍ଦ୍ରପଡ଼ା ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ ଜଣେ (ନୂଆ), ସୁନ୍ଦରଗଡ ଜିଲ୍ଲାରୁ ଜଣେ ଚିହ୍ନଟ ହୋଇଛନ୍ତି। ନୂଆ ୯୧ କରୋନା ପଜିଟିଭଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି। /-ଦେବଦତ୍ତ ରଥ

ଲକ୍ ଡାଉନ୍- ୪.୦: ୧୨ଟି ରାଜ୍ୟର ୩୦ଟି ଜିଲ୍ଲାରେ ଜାରୀ ରହିପାରେ କଠୋର କଟକଣା; ଜାଣନ୍ତୁ ଓଡ଼ିଶାର କେଉଁ ସହର ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.