Home ଓଡ଼ିଶା ରାଜ୍ୟର ସମସ୍ତ ସ୍କୁଲ ଓ କଲେଜର ଫି ଛାଡ କରିବା ପ୍ରମୁଖ ଦାବିରେ ଅଖିଳ ଭାରତ...

ରାଜ୍ୟର ସମସ୍ତ ସ୍କୁଲ ଓ କଲେଜର ଫି ଛାଡ କରିବା ପ୍ରମୁଖ ଦାବିରେ ଅଖିଳ ଭାରତ ଯୁବ ସଂଘର ବିକ୍ଷୋଭ

284

ଯୋଡା, ୧୭ । ୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଅଖିଳ ଭାରତ ଯୁବ ସଂଘ (ଏ.ଆଇ.ୱାଇ.ଏଫ୍‌) କେନ୍ଦୁଝର ଜିଲ୍ଲା ପରିଷଦ ପକ୍ଷରୁ ବିଭିନ୍ନ ଦାବି ନେଇ ରବିବାର ଯୋଡା ବସ୍ ଷ୍ଟାଣ୍ଡ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସକାଳ ୧୦ ଘଟିକା ସମୟରେ ଯୁବ ସଂଘର ସଦସ୍ୟମାନେ ହାତରେ ପତାକା ଓ ଫ୍ଲାଗ କାର୍ଡ ଧରି ସାମାଜିକ ଦୂରତ୍ୱକୁ ପ୍ରାଧାନ୍ୟ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦାବି ଗୁଡିକ ସମ୍ବନ୍ଧରେ ବିଭିନ୍ନ ସ୍ଲୋଗାନମାନ ଦିଆଯାଇଥିଲା । ଏହି ଦାବି ଗୁଡିକ ମଧ୍ୟରେ, ରାଜ୍ୟର ସମସ୍ତ ସ୍କୁଲ ଓ କଲେଜର ଫି ଛାଡ କରିବା, ଯୋଡା-ବାମେବାରୀ ରାସ୍ତା ନିର୍ମାଣ ତୁରନ୍ତ ଶେଷ କରିବା, ସ୍ଥାନୀୟ ଖଣି ଓ କାରଖାନାରେ ସ୍ଥାନୀୟ ଯୁବକ ଓ ଯୁବତୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ କରିବା, ବର୍ଦ୍ଧିତ ପେଟ୍ରୋଲ ଓ ଡିଜେଲ ଦର ପ୍ରତ୍ୟାହତ କରିବା, ଘୋଷିତ ୧୨ ଘଣ୍ଟା କାର୍ଯ୍ୟ ଦିବସ ପ୍ରତ୍ୟାହାର କରି ପୂର୍ବ ପରି ୮ ଘଣ୍ଟା କାର୍ଯ୍ୟ ଦିବସ ପୁନଃ ପ୍ରଚଳନ କରିବା ଆଦି ପ୍ରମୁଖ ଦାବି ଗୁଡିକ ଅନ୍ତର୍ଭୁକ୍ତ ରହିଥିଲା । ଏହି ବିକ୍ଷୋଭରେ ଯୁବ ସଂଘର ଜିଲ୍ଲା ସଭାପତି କପିଳ ପ୍ରସାଦ ମହାନ୍ତି, ହୃଦାନନ୍ଦ ପ୍ରଧାନ, ମହମ୍ମଦ ବଦୃଜାମା, ପୁରୁଷୋତ୍ତମ ମହାନ୍ତ, କୁନା କାରୁଆ, ସଞ୍ଜୟ ପହି, ଅନିଲ ଚାତମ୍ବା, ମନୋଜ ପତି, ରାଜେଶ ଚାତମ୍ପା, କୁନା ବେହେରା ଆଦି ଯୁବ ନେତାମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.