Home କୋରାପୁଟ କୋରାପୁଟ ବିଧାୟକଙ୍କ ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲେ ସୁରକ୍ଷାକର୍ମି ଓ ଝାଡୁଦାର ପ୍ରତିଶୃତି ପ୍ରକାରେ ବକେୟା...

କୋରାପୁଟ ବିଧାୟକଙ୍କ ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲେ ସୁରକ୍ଷାକର୍ମି ଓ ଝାଡୁଦାର ପ୍ରତିଶୃତି ପ୍ରକାରେ ବକେୟା ଦରମା ନ ମିଳିଲେ ଦଶହରାପରେ ପୁନଶ୍ଚ ଆନ୍ଦୋଳନ

156

କୋରାପୁଟ ୨୨-୦୯ (ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ସୁରକ୍ଷାକର୍ମି, ଝାଡୁଦାର ଓ ସହାୟକମାନେ ବକେୟା ଦରମା ଦାବିରେ ଆନ୍ଦୋଳନ ୨ ୟ ଦ୍ିନରେ ପହଂଚିଥିବା ବେଳେ ଗତକାଲି ରାତ୍ରୀରେ କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କଠାରୁ ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି।କୋରାପୁଟ ବିଧାୟକ ରଘୁରାମ ପଡାଲ ଘଟଣାସ୍ଥଳରେ ପହଂଚିବା ପରେ ହସପିଟାଲ ଅଧିକ୍ଷକ ଡାକ୍ତର ହରେକୃଷ୍ଣ ଦଳେଇ, ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀ, ପ୍ରଶାସିକା ମଧୁମିତା ନାୟକ ପ୍ରମୁଖ ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରିଥିଲେ।ପ୍ରଥମେ ବକେୟା ଦରମା ପ୍ରଦାନ କରାଯାଉ ତା ପରେ ଆଲୋଚନା କରାଯିବ ବୋଲି ଆନ୍ଦୋଳନକାରୀମାନେ ସ୍ପଷ୍ଟ କରିବା ପରେ ଆଉଟସୋର୍ସିଂର ଅଭିରାମଙ୍କ ସହ ବିଧାୟକ ଶ୍ରୀ ପଡାଲ ଫୋନ ଯୋଗେ କଥାବାର୍ତ ହୋଇ ତୁରନ୍ତ ବକେୟା ଦରମା ପ୍ରଦାନ କରିବାକୁ ପ୍ରକାଶ କରିଥିଲେ।୩୦ ତାରିଖ ମଧ୍ୟରେ ୨ ମାସର ବକେୟା ଦରମା ଦେବା ପରେ ଦଶହରା ପୂର୍ବରୁ ବାକି ଦରମା ପ୍ରଦାନ କରାଯିବ ବୋଲି ଅଭିରାମ ସୂଚନା ଦେଇଥିଲେ ବୋଲି ବିଧାୟକ ଶ୍ରୀ ପଡାଲ ଆନ୍ଦୋଳନକାରୀମାନଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ ଏବଂ ଏଥିରେ ରାଜି ହୋଇ ଆନ୍ଦୋଳନ ପ୍ରତ୍ୟାହୃତ କରିବାକୁ ନିବେଦନ କରିଥିଲେ।ପ୍ରତିଶୃତି ପ୍ରକାରେ ଯଦି ଦରମା ଉକ୍ତ ସଂସ୍ଥା ପ୍ରଦାନ ନ କରେ ତେବେ ଛୁଟି ପରେ ଆନ୍ଦୋଳନ କରାଯିବ ଓ ଏଥିରେ ସେ ସାମିଲ ହେବେ ବୋଲି ପ୍ରକାଶ କରିଥିବା ଜଣାପଡିଛି।ଏହି ଆଲୋଚନା ସମୟରେ କଂଗ୍ରେସ ଯୁବନେତା ରୁପକ ତୁରୁକ, ବିଜେଡି ଯୁବ ନେତା ରକି ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଗତକାଲି ରାତ୍ରୀରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ସିଡିଏମଓ ଡାକ୍ତର ଦଧିବାମନ ତ୍ରୀପାଠୀ, କଲେଜ ଅଧ୍ୟକ୍ଷ ଡାକ୍ତର କୃଷ୍ଣଚନ୍ଦ୍ର ବିଶ୍ୱାଲ, ଅଧିକ୍ଷକ ଡାକ୍ତର ହରେକୃଷ୍ଣ ଦଳେଇ, କଂଗ୍ରେସ ନେତା ଭଗବାନ ବାହିନିପତି, ରୁପକ ତୁରୁକ, ସମାଜସେବୀ ମନୋଜ ଆଚାର୍ଯ୍ୟ ପ୍ରମୁଖ ଆଲୋଚନା କରିଥିଲେ।କୋରାପୁଟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଉକ୍ତ ସଂସ୍ଥାକୁ ଅର୍ଥ ପ୍ରଦାନ କରିବା ନିମନ୍ତେ ସମସ୍ତ ବନ୍ଦୋବସ୍ତ କରାଯାଇଛି ଏବଂ ବକେୟା ଦରମା ମିଳିଯିବ ବୋଲି ଏଡିଏମ ଶ୍ରୀ ପ୍ରଧାନ କହିବା ସହ ଆନ୍ଦୋଳନ ପ୍ରତ୍ୟାହୃତ କରିବାକୁ ସେ ନିବେଦନ କରିଥିଲେ।କିନ୍ତୁ ଏଡିଏମ ଶ୍ରୀ ପ୍ରଧାନଙ୍କ ପ୍ରତିଶୃତିକୁ ସହଜରେ ଗ୍ରହଣ ନ କରିପାରି ଠିକା କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଥିଲେ।ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶୃତିକୁ ଆନ୍ଦୋଳନକାରୀମାନେ ଗ୍ରହଣ କରି ନ ଥିଲେ କିନ୍ତୁ ଆଜି ରାଜନେତାଙ୍କ ପ୍ରତିଶୃତିକୁ ଗ୍ରହଣ କରି କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରି ଯାଇଛନ୍ତି।ଆସନ୍ତାକାଲିଠାରି ସମସ୍ତେ କାର୍ଯ୍ୟରେ ଯୋଗଦେବେ ବୋଲି ଜଣାପଡିଛି।

ଝାଡୁଦାରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ୨ ୟ ଦିନରେ ପହଂଚିବା ଦ୍ୱାରା କୋରାପୁଟ ହସପିଟାଲର ପରିମଳ ବ୍ୟବସ୍ଥା ଅଧିକା ବାଧାପ୍ରାପ୍ତ ହୋଇଥିଲା।ସବୁ ଓାର୍ଡରେ ବର୍ଜ୍ୟବସ୍ତୁଗୁଡାକ ପଡିରହି ପରିବେଶକୁ ଦୂଷିତ କରିଦେଇଥିଲା। ଶୈାଚାଳୟ ଓ ପାଇଖାନାରୁ ପାଣି ଭେଷଜ ପୁରୁଷ ଓାର୍ଡରେ ପ୍ରବେଶ କରିବାରୁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ। ଡେଙ୍ଗୁ ଓାର୍ଡରେ ଜଣେ ରୋଗୀ ସଂପର୍କିୟ ନିଜ ହାତରେ ମଇଲା ସଫା କରୁଥିବା ନଜର କରାଯାଇଥିଲା।କାର୍ଯ୍ୟରତ ସମସ୍ତ ଝାଡୁଦାର ଆସନ୍ତାକାଲି କାର୍ଯ୍ୟରେ ଯୋଗଦେଇ ସଫେଇ କାର୍ଯ୍ୟ କଲେ ସମସ୍ତ ସଫା ହୋଇଯିବ ବୋଲି ଅଧିକ୍ଷକ ଡାକ୍ତର ଦଳେଇ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.