Home ଓଡ଼ିଶା ଆର୍ଯ୍ୟ ସମାଜ ଏକ ସଂସ୍କାରବାଦୀ ଆନ୍ଦୋଳନ – ସ୍ୱାମୀ ଅଗ୍ନିବେଶ

ଆର୍ଯ୍ୟ ସମାଜ ଏକ ସଂସ୍କାରବାଦୀ ଆନ୍ଦୋଳନ – ସ୍ୱାମୀ ଅଗ୍ନିବେଶ

277

ସ୍ୱାମୀ ଅଗ୍ନିବେଶଙ୍କ ୮୦ତମ ଜୟନ୍ତୀ ଉତ୍ସବ ପାଳିତ

ଭୁବନେଶ୍ୱର ୨୧.୯ (ଓଡ଼ିଆ ପୁଅ) – ଭାରତବର୍ଷର ବିଶିଷ୍ଟ ଆର୍ଯ୍ୟ ସନ୍ୟାସୀ ପୂର୍ବତନ ମନ୍ତ୍ରୀ ସ୍ୱାମୀ ଅଗ୍ନିବେଶଙ୍କର ୮୦ତମ ଜନ୍ମ ଉତ୍ସବ ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀସ୍ଥ ପ୍ୟାରେଲାଲ ଭବନ ଠାରେ ସାର୍ବଦେଶିକ ଆର୍ଯ୍ୟ ପ୍ରତିନିଧି ସଭାର ଅଧ୍ୟକ୍ଷ ସ୍ୱାମୀ ଆର୍ଯ୍ୟବେଶଙ୍କ ପୌରହିତ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି।

ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରହି ସ୍ୱାମୀ ଅଗ୍ନିବେଶ କହିଲେ ଯେ ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ଆର୍ଯ୍ୟ ସମାଜ ଭାରତବର୍ଷରେ କେବଳ ଏକ ଧାର୍ମିକ ଅନୁଷ୍ଠାନ ନୁହେଁ, ଏହା ଏକ ସଂସ୍କାରବାଦୀ ଆନ୍ଦୋଳନ। ତଳେ ପଡିଥିବା ମଣିଷ ପାଇଁ ଆହୁରି କାର୍ଯ୍ୟ କରିବାକୁ ହେବ ବୋଲି ସେ ଆହ୍ୱାନ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ସ୍ୱାମୀ ଓମ୍ ବେଶ କହିଲେ ଯେ ଦୀର୍ଘ ୫୦ ବର୍ଷ ଧରି ସ୍ୱାମୀଜୀ ଯେଉଁ ସାମାଜିକ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି ତାହା ନୂତନ ଯୁବପୀଢୀଙ୍କ ପାଇଁ ପ୍ରେରଣାର ଉତ୍ସ। ସାରା ଭାରତବର୍ଷ ଓ ଆଫ୍ରିକା ମହାଦେଶର ବିଭିନ୍ନ ଦେଶରୁ ଶହ ଶହ ସନ୍ୟାସୀ ଓ ହଜାର ହଜାର ସ୍ୱାମୀଜୀଙ୍କ ଶ୍ରଦ୍ଧାଳୁମାନେ ଆଜିର କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାମୀଜୀଙ୍କୁ ଜୀବନ୍ତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଓଡିଶାରୁ ଆର୍ଯ୍ୟ ସମାଜ ଓଡିଶାର ସଭାପତି ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମା’ଘର ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀମତୀ ଋତୁପର୍ଣ୍ଣା ମହାନ୍ତି, ଗୁରୁକୂଳ ବେଦବ୍ୟାସର ଅଧିକ୍ଷକ ପଣ୍ଡିତ ଧନେଶ୍ୱର ବେହେରା ପ୍ରମୁଖ ଓଡିଶା ପକ୍ଷରୁ ସ୍ୱାମୀଜୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.