Home ଓଡ଼ିଶା କଳାହାଣ୍ଡିର ଜୁନାଗଡ ବ୍ଲକ ହାବସପୁର ମଣ୍ଡିରେ ପଡିଛି ଧାନ, ଯୋଗାଣ ବିଭାଗର ସ୍ଥାନୀୟ ମିଲର୍ସ...

କଳାହାଣ୍ଡିର ଜୁନାଗଡ ବ୍ଲକ ହାବସପୁର ମଣ୍ଡିରେ ପଡିଛି ଧାନ, ଯୋଗାଣ ବିଭାଗର ସ୍ଥାନୀୟ ମିଲର୍ସ ସହ ମଧୁ ଚନ୍ଦ୍ରିକା, ନିଃସହାୟ ଚାଷୀ ର ଆତ୍ମହତ୍ୟା ପାଇଁ ଚିନ୍ତନ

279

କଳାହାଣ୍ଡି– ୦୭.୦୮.୨୦୧୯ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ହାବସପୁର ମଣ୍ଡିରେ ଅଦ୍ୟାବଧି ଅଗଷ୍ଟ ମାସ ସାତ ତାରିଖ ସୁଦ୍ଧା ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ପଡିରହିଛି । ଧାନ କିଣିବା ପାଇଁ ଯୋଜନା କରୁଥିବା ଯୋଗାଣ ବିଭାଗ ଏବଂ ଧାନ କିଣିବା ପାଇଁ ଯୋଗାଣ ନିଗମର ଅଧିକୃତ ଏଜେଂଟ ଭାବେ ଉଦ୍ଧିଷ୍ଟ ଥିବା ହାବସପୁର ପାକ୍ସ କେବଳ ହାତ ବାନ୍ଦି ବସି ରହିଛି । ଆରଏମସି ତରଫରୁ କେବଳ ଛାତ ଥିବା ସେଡ ରେ ଧାନ ରଖିବାକୁ ସୁଯୋଗ ଦିଆଯାଇଥିବା ବେଳେ ତାରପାଉଲିନ କିମ୍ବା ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯାଉନଥିବାର ଅଭିଯୋଗ ହୋଇଛି । ହାବସପୁର ପାକ୍ସ ଅଧିନସ୍ଥ ଅନ୍ତର୍ଲା ଗ୍ରାମର ସଂଜିବ ପଣ୍ଡା ଓ ସନ୍ତୋଷ ପଣ୍ଡାଙ୍କର ପ୍ରାୟ ୨୦୦ କ୍ୱିଂଟାଲ ଧାନ ସମେତ ସୁଶାନ୍ତ ପଣ୍ଡାଙ୍କ ପ୍ରାୟ ୪୦ କ୍ୱିଂଟାଲ ଧାନ ଗତ ଜୁନ ମାସ ୧୫ ତାରିଖରେ ମଣ୍ଡି ଟୋକନ ପାଇବା ପରଠାରୁ ଉକ୍ତ ମଣ୍ଡିରେ ପଡିରହିଛି । ବର୍ତମାନ ଗତ ଦୁଇ ସପ୍ତାହ ହେବ ଲଗାତାର ଭାବେ ବର୍ଷା ଲାଗିରହିଥିବା ବେଳେ ଚାଷୀ ମାନେ ନିଜ କଷ୍ଟ ଉପାର୍ଜିତ ଧାନକୁ ଅନ୍ଧାର ବର୍ଷା ରାତିରେ ମଧ୍ୟ ଜଗି ରହିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଜୁନ ୩୦ ତାରିଖ ଠାରୁ ମଣ୍ଡିରେ ଧାନ କିଣା ବନ୍ଦ କରାଗଲା ବୋଲି ସରକାରୀ ସ୍ତରରେ ଘେଷଣା କରାଯିବା ପରେ ପାକ୍ସ ଆଉ ଧାନ କିଣି ନ ଥଲା । ତଥାପି ହାବସପୁର ସମେତ ଅନ୍ୟାନ୍ୟ ବଡ ବଡ ମଣ୍ଡିରେ ହଜାର ହଜାର କ୍ୱିଂଟାଲ ଧାନ କିଣା ନଯାଇ ପଡିରହିଥିଲା ଏବଂ ଚାଘୀ ଅନେ୍ଦାଳନ ପରେ ତନ୍ମଧ୍ୟରୁ ଅନେକ ଚାଷୀଙ୍କ ଧାନ ଉଠାଣ କରାଯାଇଥିଲା । ହାବସପୁର ମଣ୍ଡିରେ ମଧ୍ୟ ସେତେବେଳେ ମଧ୍ୟ ବର୍ତମାନର ଏହି ଧାନ ସମେତ ପ୍ରାୟ ୧୨୦୦ କ୍ୱିଂଟାଲ ଧାନ ପଡିରହିଥିଲା । ହେଲେ ବଲାଙ୍ଗୀର ଜିଲ୍ଲାର ରାଇସ ମିଲର୍ସଙ୍କୁ ହାବସପୁର ମଣ୍ଡିର ଧାନ ଉଠାଣ ଦାୟୀତ୍ୱ ଦେବା ପରେ ଟାର୍ଗେଟ ଅନୁସାରେ ଧାନ ଉଠାଣ କରାଯାଇ ବଳକା ଧାନ ଅଦ୍ୟାବଧି ପଡିରହିଥିବା ଚାଷୀ ମାନଙ୍କ ସୂତ୍ରରୁ ପ୍ରକାଶ । ଅନୂ ପକ୍ଷରେ ପ୍ରତି ବର୍ଷ ହାବସପୁର ମଣ୍ଡିରେ ଏଭଲି ଅଭାବନୀୟ ଘଥଟନା ମାନ ଘଟିଥାଏ ଏବଂ ପ୍ରଶାସନର ହସ୍ତକ୍ଷେପ ପରେ ବହୁ କଷ୍ଟରେ ଚାଷୀଙ୍କ ଧାନ ଉଠାଣ ହୋଇଥାଏ । ସ୍ଥାନୀୟ ଦୀର୍ଘ ବର୍ଷରୁ ଚାଷୀଙ୍କ କଡା ବିରୋଧ ସତ୍ୱେ ସରକାରୀ ନିୟମକୁ ଦ୍ୱାହି ଦେଇ ଯୋଗାଣ ବିଭାଗ ଓ ପ୍ରଶାସନ ସବୁବେଳେ ହାବସପୁର ମଣ୍ଡିରେ ସ୍ଥାନୀୟ ମିଲର୍ସଙ୍କୁ ହିଁ ଟେଗିଂ କରିବାର ବ୍ୟବସ୍ଥା କରୁଥିବା ବେଳେ ଏଭଲି ଅଭାବନୀୟ ଘଟଣା ଘଟୁଛି କାହିଁକି ବୋଲି ଚାଷୀ ମହଲରେ ଆଲୋଚନା ହେଉଛି । ଅନ୍ୟ ପକ୍ଷରେ ସ୍ଥାନୀୟ ମିଲର୍ସଙ୍କ ମଧ୍ୟରୁ କେବଳ ହାବସପୁର ଗ୍ରାମର ମିଲ ମାଲିକ ହିଁ ଚାଷୀ ମାନଙ୍କୁ ଯାହାକିଛି ସହେଯାଗ କରୁଥିବା ବେଳେ ଅନ୍ୟ ମାନେ ନିଜର ଜମିଦାରିଆ ଷ୍ଟାଇଲ ଏବଂ ଚାଷୀ ଶୋଷଣ ମନୋବୃତି ଯୋଗୁଁ ହାବସପୁର ମଣ୍ଡିରେ ଏଭଲି ଅଭାବନୀୟ ସମସ୍ୟା ସୃଷ୍ଟି ହେଉଥିବା ଚାଷୀ ମହଲରେ ଚାପା ଗୁଂଜରଣ ସୃଷ୍ଟି ହେଉଛି ।ଏହାଛଡା ହାବସପୁର ମଣ୍ଡିରେ ସ୍ଥାନୀୟ ଆରଆଇଙ୍କ ସହାୟତାରେ ବିଭିନ୍ନ ଚାଷୀଙ୍କ ଅଜାଣତରେ ଏପରିକି କରଚଲା ଗ୍ରାମର ଜନୈକ ମୃତ ଚାଷୀଙ୍କ ଚାଷ ଜମିକୁ ଭାଗଚାଷ କରାଯାଉଥିବା ଦର୍ଶାଇ ଦିଆଯାଇ ମଧ୍ୟ ହାବସପୁର ମଣ୍ଡିରେ ଆଗତୁରା ଧାନ ଉଠାଣ କରାଯାଇଛି । ଏସବୁ ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନହୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ଚାଷି ମହଲରେ ଆଲୋଚନା ହେଉଛି । ଅନ୍ୟ ପକ୍ଷରେ ସ୍ଥାନୀୟ ମିଲର୍ସ ଟେଗିଂ ଥାଇ ଯଦିଓ ଅନ୍ତର୍ଲା ଗ୍ରାମର ଚାଷୀଙ୍କ ଧାନ ଅଗଷ୍ଟ ମାସ ପର୍ଯ୍ୟନ୍ତ ହାବସପୁର ମଣ୍ଡିରେ ପଡିରହିବ ତେବେ ଏହାଠାରୁ ଆଉ କଣ ଲଜ୍ଜ୍ୟା ଜନକ ପରିସ୍ଥିତି ହୋଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି । ଯୋଗାଣ ବିଭାଗଙ୍କ ସ୍ଥାନୀୟ ମିଲର୍ସ ପ୍ରିତି ହିଁ ଚାଷୀଙ୍କ ସମସ୍ୟା ସୃଷ୍ଟି କରୁଥିବା କୁହାଯାଉଛି । ପ୍ରବଳ ବର୍ଷାରେ ଚାଷୀ କେଉଁ କଷ୍ଟରେ ନିଜ କଷ୍ଟ ଉପାର୍ଜିତ ଧାନକୁ ଖୋଲା ମଣ୍ଡିରେ ଅନ୍ଧାର ରାତିରେ ଜଗି ରହୁଛି ତାହାର ବ୍ୟଥା ବୁଝିବାକୁ କେହି ନଥିବା ବେଳେ ପ୍ରଶାସନିକ ସ୍ତରରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନଥିବାର ଜଣାପଡିଛି । ଧାନ ଉଠାଣ ପାଇଁ ପାକ୍ସ, ଯୋଗାଣ ବିଭାଗ, ଉପଜିଲ୍ଲାପାଳ, ଜିଲ୍ଲା ପ୍ରଶାସନ ତଥା ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ କେହି ଶୁଣୁ ନଥିବାର ଚାଷୀ ମାନଙ୍କ ସୂତ୍ରରୁ ପ୍ରକାଶ । ଯଦିଓ ତୁରନ୍ତ ଚାଷୀଙ୍କ ଧାନ ଉଠାଣ ବ୍ୟବସ୍ଥା କରାନଯାଏ ତେବେ ଆତ୍ମ ହତ୍ୟା କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ ବୋଲି ଚାଷୀ ମାନେ କହୁଥିବା ଶୁଣାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.