Home Top News କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ୧୧ ମହିଳା ମନ୍ତ୍ରୀ; ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ନାଁ ଧର୍ମେନ୍ଦ୍ର ଦେଉଛନ୍ତି ଧନ୍ୟବାଦ?

କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ୧୧ ମହିଳା ମନ୍ତ୍ରୀ; ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ନାଁ ଧର୍ମେନ୍ଦ୍ର ଦେଉଛନ୍ତି ଧନ୍ୟବାଦ?

148

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ୧୧ ଜଣ ମହିଳା ସ୍ଥାନ ପାଇଛନ୍ତି। ଅଟଳ ବିହାରୀ ବାଜପେୟୀଙ୍କ ସରକାର ପରେ ଏବେ ମୋଦୀ ସରକାରଙ୍କ ଦ୍ଵିତୀୟ ପାଳିରେ ୧୧ ଜଣ ମହିଳା ମନ୍ତ୍ରୀ ମଣ୍ଡଳୀରେ ସ୍ଥାନ ପାଇଛନ୍ତି, ଯାହାକି ସର୍ବାଧିକ। ଏହାକୁ ନେଇ ଉତ୍ସାହିତ ଅଛି ବିଜେପି ମହିଳା ମୋର୍ଚ୍ଚା। ଏହା ମହିଳା ମାନଙ୍କ ପାଇଁ ଏକ ଗୌରବର ବିଷୟ ବୋଲି କହି ପ୍ରଧାନମନ୍ତ୍ରୀଙ୍କୁ ଏଥିଲାଗି କୃତଜ୍ଞତା ଜଣାଇବା ସହ ପ୍ରଶଂସା କରି ମହିଳା ମନ୍ତ୍ରୀମାନଙ୍କ ଉଦ୍ଦେଶ୍ୟରେ ଗତ ୨୭ ତାରିଖରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ମାର୍ଗରେ ଅବସ୍ଥିତ ବିଜେପି ରାଷ୍ଟ୍ରୀୟ ମୁଖ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲା ମହିଳା ମୋର୍ଚ୍ଚା। ଏବେ ଏହାପରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ୧୧ ଜଣ ମହିଳା କେନ୍ଦ୍ରମନ୍ତ୍ରୀ ସ୍ଥାନ ପାଇଥିବାକୁ ନେଇ ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ବ୍ୟାନର ଦେଖିବାକୁ ମିଳିଛି। ସଂପୃକ୍ତ ବ୍ୟାନରର ବାମପାର୍ଶ୍ଵ ଉପର ଭାଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା, ରାଜ୍ୟ ସଭାପତି ସମୀର ମହାନ୍ତି, ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭାନଥି ଶ୍ରୀନିବାଶନ ଏବଂ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ଫଟୋ ରହିଛି। “ଧନ୍ୟବାଦ ମୋଦୀ ଜୀ” ଲେଖା ସହିତ ମଧ୍ୟ ଭାଗରେ ୧୧ ଜଣ ମହିଳା ମନ୍ତ୍ରୀଙ୍କ ଫଟୋ ଏବଂ ତଳ ପାର୍ଶ୍ଵରେ ରାଜ୍ୟ ମହିଳା ମୋର୍ଚ୍ଚାର ୧୪ ଜଣ ପଦାଧିକାରୀଙ୍କ ଫଟୋ ରହିଛି। ବ୍ୟାନରର ଦକ୍ଷିଣ ପାର୍ଶ୍ଵରେ ମୋଦୀଙ୍କ ସହିତ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ରହିଛି। ବ୍ୟାନରରେ ଓଡ଼ିଶାର ଅନ୍ୟ ଦୁଇ ଜଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ବିଶେଶ୍ୱର ଟୁଡୁଙ୍କ ଫଟୋ ନାହିଁ, କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କର ଫଟୋ ରହିଛି। ସେହିପରି ଏଠାରେ ଏକ ପ୍ରଶ୍ନ ଉଠୁଛି ଧର୍ମେନ୍ଦ୍ର ପ୍ରଧାନ କେଉଁ ଶ୍ରେଣୀରେ ଯାଉଛନ୍ତି? ତାଙ୍କ ସ୍ଥାନ ମୋଦିଙ୍କୁ ଧନ୍ୟବାଦ ଦେବା ଶ୍ରେଣୀରେ ତ’ ନାହିଁ। କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ୧୧ ଜଣ ମହିଳା ମନ୍ତ୍ରୀ ସ୍ଥାନ ପାଇଥିବା ନେଇ ଏମାନେ ଧର୍ମେନ୍ଦ୍ରଙ୍କୁ ମଧ୍ୟ ଧନ୍ୟବାଦ ପାଇବା ଶ୍ରେଣୀରେ ରଖିଛନ୍ତି। ପ୍ରତ୍ୟେକଟି କଥାରେ ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଦେଉଥିବା ଏମାନେ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ୧୧ ଜଣ ମହିଳା ମନ୍ତ୍ରୀ ସ୍ଥାନ ପାଇବାରେ ବି କ’ଣ ଧର୍ମେନ୍ଦ୍ରଙ୍କୁ ଶ୍ରେୟ ଦେବାକୁ ଚାହିଁଛନ୍ତି? ବ୍ୟାନରରେ ମୋଦୀଙ୍କୁ ଧନ୍ୟବାଦ ଦେବା ଆଳରେ ମୋଦୀଙ୍କ ସହ ଧର୍ମେନ୍ଦ୍ରଙ୍କ ଫଟୋ ରଖି ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ କରି ଉପସ୍ଥାପନା କରାଯାଇଛି। ତେବେ, ଏହା ମହିଳା ମୋର୍ଚ୍ଚା ପକ୍ଷରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଖୋସାମତି କରିବା ଉଦ୍ଦେଶ୍ୟରେ କରାଯାଇଛି ନାଁ ଏପରି କରିବା ପାଇଁ ଧର୍ମେନ୍ଦ୍ରଙ୍କ କ୍ୟାମ୍ପରୁ ନିର୍ଦ୍ଦେଶ ଆସିଛି ତାହା ସେମାନେ ଜାଣିଥିବେ। କିନ୍ତୁ, ଏପରି ପୋଷ୍ଟର ଉଭୟ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶା ବିଜେପି ପାଇଁ ଲାଭଦାୟକ ନୁହେଁ, କ୍ଷତିକାରକ ସାବ୍ୟସ୍ତ ହେଉଛି।
-@DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.