Home ଜିଲ୍ଲା ପରିକ୍ରମା ୰ ପାର୍ବତୀ ବିଶ୍ୱାଳଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଉଦ୍‌ଯାପିତ

୰ ପାର୍ବତୀ ବିଶ୍ୱାଳଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଉଦ୍‌ଯାପିତ

27

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଭାଗବତ କଲ୍ୟାଣ ମଣ୍ଡପ ଠାରେ ୰ ପାର୍ବତୀ ବିଶ୍ୱାଳଙ୍କର ଦ୍ୱିତୀୟ ଶ୍ରାଦ୍ଧ ଉତ୍ସବ ପାଳିତ ହୋଇଯାଇଛି । ଭଦ୍ରକର ମାନ୍ୟବର ବିଧାୟକ ସଞ୍ଜୀବ ମଲ୍ଲିକ ଯୋଗଦାନ କରି ଶ୍ରାଦ୍ଧ ଉତ୍ସବଟିକୁ ଉଦ୍‌ଘାଟନ କରି ଶ୍ରଦ୍ଧା ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଭାବେ ଭଦ୍ରକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ପଣ୍ଡା ଯୋଗଦାନ କରି ୰ ପାର୍ବତୀ ବିଶ୍ୱାଳ ଜଣେ ସାରସ୍ୱତ ପ୍ରାଣ ଥିଲେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ସଭ୍ୟ ଭରତ ଚନ୍ଦ୍ର ଦାଶ ଯୋଗଦାନ କରି ଶ୍ରଦ୍ଧା ନିବେଦନ କରିଥିଲେ । ମୁଖ୍ୟବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗଦାନ କରି ୰ ପାର୍ବତୀ ବିଶ୍ୱାଳ ଜଣେ କବୀ ମଣିଷ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ସଭାପତିତ୍ୱ କରି ଡଃ ରାଧାରାଣୀ ମହାପାତ୍ର ୰ ପାର୍ବତୀ ବିଶ୍ୱାଳ ଜଣେ ପବିତ୍ର ଆତ୍ମା ଥିଲେ ବୋଲି କହିଥିଲେ । ଏହି ଉତ୍ସବରେ ବିଶିଷ୍ଟ ଭେଷଜ ଚିକିତ୍ସକ ରବୀନ୍ଦ୍ର କୁମାର ନାୟକ, କବୀ ସବିତାରାଣୀ ବେହେରା ଓ ସୁସାହିତ୍ୟିକା ଡଃ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କୁ ପାର୍ବତୀ ବିଶ୍ୱାଳ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ପ୍ରଧାନଶିକ୍ଷୟିତ୍ରୀ ଦୀପ୍ତିମୟୀ ସାହୁ, ମନୋରମା ରାୟ, ସରୋଜିନୀ ନାୟକ ମାନପତ୍ର ପାଠ କରିଥିଲେ । ଏହି ଉତ୍ସବରେ ଶ୍ରୀ ପ୍ରଭାତ କୁମାର ଜେନାଙ୍କ କବିତା ପୁସ୍ତକ ‘ଦି ଠୋପା ଲୁହ’ ଲୋକାର୍ପିତ ହୋଇଥିଲା । ପୁସ୍ତକଟିକୁ ଅଧ୍ୟାପିକା ଉଷାରାଣୀ ଜେନା ସମୀକ୍ଷା କରିଥିଲେ । ଅଧିବକ୍ତା, ଆବାହକ ଅତିସ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଧାନଶିକ୍ଷକ ରତିକାନ୍ତ ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଜୟ କୁମାର ବହଳୀ ଧନ୍ୟବାଦ ଅର୍ପଣ କରିଥିଲେ । ଗୌରାଙ୍ଗ ବାରିକ ଅତିଥି ମାନଙ୍କୁ ମଞ୍ଚକୁ ଆହ୍ୱାନ କରିଥିଲେ । ରୂପକ ରାୟ, ଗୌରହରି ନାୟକ, ଡଃ ଗୋଲକ ସାହୁ, ଡଃ ଅବନୀ ପ୍ରଧାନ, ଶାନ୍ତନୁ ରାଉତ, ଡଃ ପ୍ରଭାତ ନଳିନୀ ମହାପାତ୍ରଙ୍କ ସହିତ ବହୁ ବୁଦ୍ଧିଜୀବୀ, ସାହିତ୍ୟପ୍ରାଣ ବ୍ୟକ୍ତି ଓ ପାର୍ବତୀ ବିଶ୍ୱାଳ ସ୍ମୃତି ସଂସଦର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.