Home ଜିଲ୍ଲା ପରିକ୍ରମା ଆସିଆନା ଦ୍ୱାରା ପ୍ରେମି ଯୁଗଳଙ୍କ ବିବାହ

ଆସିଆନା ଦ୍ୱାରା ପ୍ରେମି ଯୁଗଳଙ୍କ ବିବାହ

22

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୋସାଇଟି ଫର ଉଇକର କମ୍ୟୁନିଟି ଦ୍ୱାରା ପରିଚାଳିତା ମହିଳା ଶିଶୁ ବିକାଶ ବିଭାଗ ଦ୍ୱାରା ପ୍ରାୟୋଜିତ ଆସିଆନା ସଦାର ଗୃହର ଅନ୍ତେବାସୀନୀ ଧୁଷିରି ଥାନାଅନ୍ତର୍ଗତ ବେତିଳାଗାଁ ଗ୍ରାମର ଅଜୟ କୁମାର ସାହୁଙ୍କ ଝିଅ ପ୍ରୀତିସ୍ମୃତି ସାହୁ (୧୮) ନିଜ ପ୍ରେମିକ ଅଶୋକ କୁମାର ରାଉତ(୨୧), ପିତା-ହରେନ୍ଦ୍ର ରାଉତ, ଗ୍ରାମ-ଟିକିରା, ଥାନା-ଆଗରପଡା ସ୍ଥାନୀୟ ଲୋକନାଥ ମନ୍ଦିରରେ ବିବାହ ହୋଇଯାଇଛି। ପ୍ରକାଶ ଥାଉକି, ପ୍ରତିସ୍ମୃତି ଓ ଅଶୋକ ୪ବର୍ଷ ହେବ ପରସ୍ପରକୁ ଭଲ ପାଇଆସୁଥିଲେ। ପ୍ରତିସ୍ମୃତି ର ପରିବାର ଜାଣିବା ପରେ ତାଙ୍କୁ ବିରୋଧ କରିବା ସଂଗେ ସଂଗେ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବାରୁ ସେ ଘର ଛାଡି ଚାଲିଯାଇଥିଲା। ଝିଅର ପରିବାର ସନ୍ଧେହରେ ତାର ପ୍ରେମିକ ଅଶୋକ ନାମରେ ଧୂଷୁରି ଥାନାରେ ଏକ ଏତଲା ଦେଇଥିଲେ। ପୋଲିସ ପ୍ରତିସ୍ମୃତିକୁ ଉଦ୍ଧାର କରି କୋର୍ଟରେ ହାଜର କରିଥିଲା। ସେ କୋର୍ଟରେ ନିଜ ପରିବାର ଲୋକଙ୍କ ସାଙ୍ଗରେ ଯିବା ପାଇଁ ଅରାଜି ହେବାରୁ ଚାଇଲ୍ଡ ଲାଇନ ଦ୍ୱାରା ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇଥିଲା। ଏବଂ କମିଟିର ନିର୍ଦ୍ଦେଶ କ୍ରମେ ତାକୁ ଆସିଆନା ମୁକ୍ତା ଶ୍ରୟ କେନ୍ଦ୍ରରେ ଆଶ୍ରୟ ଦିଆଯାଇଥିଲା। ଗତ ୨୬.୮.୨୦୨୨ରେ ପ୍ରତିସ୍ମୃତି ସାବାଳିକା ହେବା ପରେ ତାକୁ ଆସିଆନା ସଦାର ଗୃହକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଆସିଆନାରେ କାଉନ୍‌ସିଲିଙ୍ଗ କରାଯାଇ ସେ ନିଜ ପ୍ରେମିକ ଅଶୋକକୁ ବିବାହ କରିବ ବୋଲି କହିଥିଲା। ଆସିଆନା କର୍ତ୍ତୃପକ୍ଷ ଉଭୟ ପୁଅ ଓ ଝିଅର ମାତାପିତାଙ୍କୁ ଫୋନ ଓ ଚିଠି ମାଧ୍ୟମରେ ଡକାଇଯାଇଥିଲା। କିନ୍ତୁ ଝିଅ ପକ୍ଷ ଏହି ବିବାହକୁ ଆସିନଥିଲେ। ଆଜି ଏହି ବିବାହ ଉତ୍ସବରେ ଆସିଆନାର ସଂପାଦିକା ସୋଫିଆ ସେକ, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ତଥା ପ୍ରୋଗ୍ରାମ ଅଫିସର ଚନ୍ଦ୍ରା ସାହୁ, ବରିଷ୍ଠ ଆଇନ୍‌ଜୀବୀ ଗଦାଧର ବଳ, ହେଡ୍ ସୁପରଫାଇଜର ରସ୍ମିତା ନାୟକ, କାଉନସିଲର ଅନିମା ପଣ୍ଡା, ସଂଯୋଜକ ରିଆଜ ଅହମ୍ମଦ ଓ ଶାନ୍ତିଲତା ସ୍ୱାଇଁ ଏବଂ ପୁଅର ବାପାମା’ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.