Home ଓଡ଼ିଶା ୯ ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୩ତମ ପ୍ରତିଷ୍ଟା ଉତ୍ସବ

୯ ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୩ତମ ପ୍ରତିଷ୍ଟା ଉତ୍ସବ

86

ସମ୍ବଲପୁର, ୮/୧ (ଓଡ଼ିଆ ପୁଅ) ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୩ତମ ପ୍ରତିଷ୍ଟା ଦିବସ ଆସନ୍ତା ୯ ତାରିଖ ଦିନ ଏଗାରଟା ସମୟରେ ଜ୍ୟୋତିବିହାର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ଅନୁଷ୍ଟିତ ହେବ। କୁଳପତି ଡ଼. ଦୀପକ କୁମାର ବେହେରା ଏଥିରେ ଅଧ୍ୟକ୍ଷତା କରିବେ। ଉତ୍ସବରେ ଓଡିଶା ରାଜ୍ୟ ଉଚ୍ଚତର ଶିକ୍ଷା ପରିଷଦର ଉପଧ୍ୟକ୍ଷ ପ୍ର. ଅଶୋକ କୁମାର ଦାଶ ମୁଖ୍ୟ ଅତିଥି, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଡ଼. ଶ୍ରୀକାନ୍ତ ମହାପାତ୍ର ଏବଂ ଗଂଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ଅତନୁ କୁମାର ପତି ସମ୍ମାନୀତ ଅତିଥି ରୂପେ ଯୋଗଦେବେ। ସଭାରେ ପ୍ରଖ୍ୟାତ ହିନ୍ଦି କବି ଡ଼. ବିଶ୍ୱନାଥ ପ୍ରସାଦ ତିଓାରୀଙ୍କୁ ଗଂଗାଧର ଜାତୀୟ ସମ୍ମାନ-୨୦୧୮ ପ୍ରଦାନ କରାଯିବ ବୋଲି ବିଶ୍ୱବିଦ୍ୟାଳୟର କୁଳସଚିବ ଡ଼. ସଞତ କୁମାର ସାହୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.