Home Top News ୮୯ ବର୍ଷର ବୃଦ୍ଧଙ୍କୁ ଖୋଜୁଥିଲା ପରିବାର : ପୋଲିସ ଖୋଜି ପାଇଲା ବ୍ୟାଙ୍କ ଲକରରୁ

୮୯ ବର୍ଷର ବୃଦ୍ଧଙ୍କୁ ଖୋଜୁଥିଲା ପରିବାର : ପୋଲିସ ଖୋଜି ପାଇଲା ବ୍ୟାଙ୍କ ଲକରରୁ

43

ନୂଆ ଦିଲ୍ଲୀ ୨୯-୩ (ଓଡ଼ିଆ ପୁଅ) କର୍ମଚାରୀଙ୍କ ଅବହେଳା କାରଣରୁ ଜଣେ ୮୯ ବର୍ଷ ବୃଦ୍ଧଙ୍କୁ ହାଇଦ୍ରାବାଦରେ ଏକ ବ୍ୟାଙ୍କ ଲକକରେ ରାତି ବିତାଇବାକୁ ପଡ଼ିଥିଲା ଯାହାକି ଏକ ଆଶ୍ଚର୍ଯ୍ୟଜନକ ଘଟଣା।

ଏହି ଘଟଣା ହାଇଦ୍ରାବାଦର ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜୟନ୍ତୀ ହିଲ୍ସ ଅଞ୍ଚଳରେ ତିବା ଶାଖାରେ ଘଟିଛି ଏବଂ ପୋଲିସ ତାଙ୍କୁ ମଙ୍ଗଳବାର ଦିନ ଖୋଜି ଉଦ୍ଧାର କରିଛି।

ସୂଚନା ଅନୁଯାୟୀ, ଜୁବୁଲି ହିଲ୍ସ ରୋଡ୍ ନମ୍ବର ୬୭ ର ବାସିନ୍ଦା ଭି. କୃଷ୍ଣ ରେଡ୍ଡୀ ପ୍ରାୟ ଅପରାହ୍ଣ ୪.୨୦ରେ କିଛି କାମ ପାଇଁ ବ୍ୟାଙ୍କକୁ ଯାଇଥିଲେ। ଶନିବାର ଦିନ ସେ ତାଙ୍କ ବ୍ୟାଙ୍କ ଲକର ଖୋଲିଥିଲେ। ସେ ଲକର ରୁମ ଭିତରେ ବ୍ୟସ୍ତ ଥିବାରୁ ବ୍ୟାଙ୍କ କର୍ମଚାରୀମାନେ ଲକର ଭିତରେ ନଦେଖି ବାହାରପଟରୁ ତାଲା ଲଗାଇ ଚାଲିଯାଇଥିଲେ।

ଯେତେବେଳେ କୃଷ୍ଣ ରେଡ୍ଡୀ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ, ତାଙ୍କ ପରିବାର ସଦସ୍ୟ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ। ସେହିଦିନ ସନ୍ଧ୍ୟାରେ ପରିବାରଲୋକ ପୋଲିସର ସହାୟତା ନେଇଥିଲେ।

ପୋଲିସ ଜୁବୁଲି ହିଲ୍ସ ଚେକପୋଷ୍ଟ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ସେ ବ୍ୟାଙ୍କରେ ଥିବା ଚିହ୍ନଟ କରିଥିଲା। ଯେହେତୁ ବୃଦ୍ଧ ଜଣକ ଜଣେ ମଧୁମେହ ରୋଗୀ ତେଣୁ ତାଙ୍କୁ ରାତିସାରା ଯନ୍ତ୍ରଣା ଭୋଗିବାକୁ ପଡିଥିଲା। ଏବେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.