Home ଜିଲ୍ଲା ପରିକ୍ରମା ୭ ଦଫା ଦାବିରେ ଭଦ୍ରକରେ ମିଟର ରିଡର ଏସୋସିଏସନର ଧାରଣା

୭ ଦଫା ଦାବିରେ ଭଦ୍ରକରେ ମିଟର ରିଡର ଏସୋସିଏସନର ଧାରଣା

2

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଅଲ୍ ଓଡ଼ିଶା ମିଟର ରିଡର ଏସୋସିଏସନ ପକ୍ଷରୁ ଗୁରୁବାର ୭ ଦଫା ଦାବି ପୂରଣ ଦାବିରେ ଭଦ୍ରକ ନର୍ଥ ଇଲେକ୍ଟ୍ରିକାଲ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଥିଲା। ସଂଘର କାର୍ଯ୍ୟକାରୀ ସଭାପତି ରଞ୍ଜିତ କୁମାର ପତିଙ୍କ ନେତୃତ୍ୱରେ ଆୟୋଜିତ ଏହି ଆନ୍ଦୋଳନରେ ଭଦ୍ରକ ନର୍ଥ ଇଲେକ୍ଟ୍ରିକାଲ ଡିଭିଜନ ଅଧୀନରେ କାର୍ଯ୍ୟରତ ମିଟର ରିଡର ଓ ବିଲ୍ କଲେକ୍ଟରମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ।ଆନ୍ଦୋଳନକାରୀମାନେ ଅଭିଯୋଗ କରିଥିଲେ ଯେ, ଠିକା ସଂସ୍ଥା ହିନ୍ଦୁସ୍ଥାନ ଇଂଜିନିଅରିଙ୍ଗ କର୍ପୋରେସନ ଏବଂ ଟିପିଏନଓଡିଏଲ ପକ୍ଷରୁ ଠିକା କର୍ମଚାରୀଙ୍କୁ ବେଆଇନ ଭାବେ ଶୋଷଣ, ଶ୍ରମ ଆଇନର ଉଲ୍ଲଂଘନ, ବେଆଇନ ଛଟେଇ ଓ ଦରମା କାଟି ନେବା ପରି ଘଟଣା ଘଟୁଛି। ଏହାର ପ୍ରତିବାଦରେ ସଂଘ ଆନ୍ଦୋଳନକୁ ତୀବ୍ର କରିଛି। ସଂଘ ପକ୍ଷରୁ ୩୩ ଜଣ ମିଟର ରିଡରଙ୍କ ଅଗଷ୍ଟ ୨୦୨୫ର ବକେୟା ମଜୁରି ତୁରନ୍ତ ପ୍ରଦାନ, ବେଆଇନ ଭାବେ ଛଟେଇ ହୋଇଥିବା ମିଟର ରିଡର ଅନ୍ତର୍ଯାମୀ ନାଥଙ୍କୁ ପୁନଃ ନିଯୁକ୍ତି ଏବଂ ତାଙ୍କର ଏପ୍ରିଲ ଓ ମେ ୨୦୨୬ ମାସର ବକେୟା ଦରମା ପ୍ରଦାନ ଭଳି ପ୍ରମୁଖ ଦାବି ଉଠାଯାଇଛି।ଆନ୍ଦୋଳନରେ ପ୍ରାୟ ୧୫୦ରୁ ଅଧିକ ଠିକା କର୍ମଚାରୀ ଯୋଗଦେଇଥିଲେ। ଦାବିଗୁଡ଼ିକ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଏସୋସିଏସନ ପକ୍ଷରୁ ଚେତାବନୀ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.