Home ଓଡ଼ିଶା ୭୫୪ରେ ପହଞ୍ଚିଲା ବାଲେଶ୍ୱରର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ

୭୫୪ରେ ପହଞ୍ଚିଲା ବାଲେଶ୍ୱରର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ

88

ବାଲେଶ୍ୱର, ୨୨ା୭(ଓଡ଼ିଆ ପୁଅ/ଅଭୟ ଦାସ): ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ନେଇ ସବୁ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଆଜି ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ୯୪ ଲକ୍ଷ ୧୬୨ ଛୁଇଁଥିବା ବେଳେ ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୨୮ ହଜାର ୭୭୦ରେ ପହଞ୍ଚିଛି। ଅନୁରୂପ ଭାବେ ଓଡ଼ିଶାରେ ଆଜି ଗୋଟିଏ ଦିନରେ ୧୦୭୮ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ପରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା୧୯ ହଜାର ୮୩୫ଛୁଇଁଛି। ତେବେ ଅଦ୍ୟାବଧି୧୩, ୩୧୦ ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୬, ୩୮୬ ଆକ୍ରାନ୍ତଙ୍କୁ ଏବେ କୋଭିଡ୍ ହସପିଟାଲରେ ଚିକିତ୍ସା କରାଯାଉଛି। ଅନ୍ୟପକ୍ଷରେ ଆଜି ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ଅଦ୍ୟାବଧି କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୮ରେ ପହଞ୍ଚିଛି। ସେହିଭଳି ବାଲେଶ୍ୱରରେ ମଧ୍ୟ ବଢ଼ୁଥିବା କରୋନା ସଂକ୍ରମଣ ଜିଲ୍ଲା ପାଇଁ ସଙ୍ଗୀନ ସ୍ଥିତି ସୃଷ୍ଟି କରିଛି। ଆଜି ୧୦ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ସହ ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫୪ରେ ପହଞ୍ଚିଛି। ଅନ୍ୟପକ୍ଷରେ ଅଦ୍ୟାବଧି ୫୦୭ ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୨୪୫ ଜଣ କରୋନା ସଂକ୍ରମିତ ଏବେ କୋଭିଡ୍ ହସପିଟାଲରେ ଚିକିତ୍ସିତ େଉଛନ୍ତି। ତେବେ ଗତ କିଛିଦିନ ଧରି ବୃଦ୍ଧି ପାଇଥିବା ସ୍ଥାନୀୟ ସଂକ୍ରମଣ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ଆଜି ଚିହ୍ନଟ ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ଜଳେଶ୍ୱର ଅଞ୍ଚଳର୨ ଜଣ ଜଣ ଓ ବସ୍ତା ଅଞ୍ଚଳର ଜଣେ ବାହାର ରାଜ୍ୟ ଫେରନ୍ତା କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ବାକି ୭ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ତେବେ ସମସ୍ତ ସ୍ଥାନୀୟ ସଂକ୍ରମଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ର୍ଆସି ପଜିଟିଭ୍ ହୋଇଥିବା ପ୍ରଶାସନ କ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଜଳେଶ୍ୱର ସୁଖଦୁଖିଆ ଅଞ୍ଚଳରୁ ୨ ଜଣ, ସୋର ଅଞ୍ଚଳରୁ ଜଣେ ଓ ନୀଳଗିରିର ତିନିଦେଶ, ହାଟଗଡ଼ିଆ ଏବଂ ନଈଛଣପୁର ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲାରେ ବଢ଼ୁଥିବା କରୋନା ସଂକ୍ରମଣ ଉଭୟ ପ୍ରଶାସନ ଓ ଜନସାଧାରଣଙ୍କ ପାଇଁ ଏବେ ଚିନ୍ତାର କାରଣ ହୋଇଛି। ଏନେଇ ଶତ ପ୍ରତିଶତ କୋଭିଡ ନିୟମ ପାଳନ ପାଇଁ ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ତେବେ ସାମ୍ପ୍ରତିକ ସଙ୍ଗୀନ କରୋନା ସ୍ଥିତିରେ ସମସ୍ତେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ବ୍ୟବହାର ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.