Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ନାଗରିକ ମଂଚ ପକ୍ଷରୁ ସରପଂଚ ଓ ଶ୍ରମିକନେତାଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା ନାଗରିକ ମଂଚ ପକ୍ଷରୁ ସରପଂଚ ଓ ଶ୍ରମିକନେତାଙ୍କୁ ସମ୍ବର୍ଦ୍ଧନା

76

କେନ୍ଦ୍ରାପଡା ୨୨/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ନାଗରିକ ମଂଚ ପକ୍ଷରୁ ଗୁଲନଗର ପଂଚାୟତର ସରପଂଚ ପିତବାସ ବେହେରା ଓ ବିଶିଷ୍ଟ ଶ୍ରମିକ ନେତା ତଥା ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘର ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ତ୍ରିପାଠୀଙ୍କୁ ଗୁଲନଗର ଠାରେ ସାମାଜିକ ଦ୍ୱରତା ରକ୍ଷା ପୂର୍ବକ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କରୋନା ମହାମାରୀ ସମୟରେ ଗୁଲନଗର ପଂଚାୟତରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରର ସଫଳ ପରିଚାଳନା କରିବା ଓ ନିଜେ ବସ୍ତା ମୁଣ୍ଡାଇ ନେବା ଏବଂ ଟ୍ରଲି ଟାଣି ନେଇ ଅତ୍ୟନ୍ତ ନିଷ୍ଠାର ସହିତ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀମାନଙ୍କ ଖବରଅନ୍ତର ସଠିକ ଭାବରେ ବୁଝି ସଫଳ ମୁକାବିଲା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ସରପଂଚ ଶ୍ରୀ ବେହେରା ଓ ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ତ୍ରିପାଠୀ କରୋନା ସମୟରେ ନିର୍ମାଣ ଶ୍ରମିକମାନଙ୍କ ଦୁଃଖ ସୁଖରେ ସାମିଲ ହୋଇ ସେମାନଙ୍କ ସମସ୍ୟା ଗୁଡିକୁ ପ୍ରଶାସନ ନିକଟରେ ପହଁଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଉଭୟଙ୍କୁ ନାଗରିକ ମଂଚ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ କାର୍ତ୍ତିକ ବେହେରା, ଛବିନ୍ଦ୍ର ରାଉଳ, ଶୁକଦେବ ସାହୁ, ଅଜୟ ପାତ୍ର, ପ୍ରଭାକର ପ୍ରଧାନ, ନରେନ୍ଦ୍ର ପାତ୍ର, ଦୀପକ କୁମାର ନାୟକ, ବୈଷ୍ଣବ ସାହୁ ଓ ରାଜକିଶୋର ସେଠୀ ପ୍ରମୁଖ ଉପସ୍ଥିତ ରହି ଉଭୟ ସରପଂଚ ଓ ଶ୍ରମିକ ନେତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.